ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ମିଶନ୍ ‘ବିଶ୍ୱକପ୍-୨୦୨୪’ରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବରେ ନିଯୁକ୍ତି କରାଯାଇଛି । ତେବେ ଏହି ବିଶ୍ୱକପ୍ ଦଳର ଉପ-ଅଧିନାୟକ ଭାବରେ ସ୍ମୃତି ମନ୍ଧାନାଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ବୋର୍ଡ । ଏହି ବିଶ୍ୱକପ୍ ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଆଇସିସି ନୂଆ ଖେଳସୂଚୀ ଜାରି କରିଛି ।
ଚଳିତବର୍ଷ ମହିଳା ଟି-୨୦ ବିଶ୍ୱକପର ଆୟୋଜନ ଦାୟିତ୍ୱ ବାଂଲାଦେଶ ନିକଟରେ ରହିଥିଲା । କିନ୍ତୁ ବାଂଲାଦେଶରେ ଚାଲିଥିବା ବିରୋଧ ଯୋଗୁଁ ଆଇସିସି ମେଗା ଇଭେଣ୍ଟ ପାଇଁ ୟୁଏଇକୁ ସ୍ଥାନାନ୍ତରିକ କରିଛି ଟି-୨୦ ବିଶ୍ୱକପ୍ ୨୦୨୪ । ତେବେ ବାଂଲାଦେଶ ଆୟୋଜକ ଭାବରେ ୟୁଏଇରେ ଏହି ମେଗା ଇଭେଣ୍ଟର ଆୟୋଜନ କରିବ । ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୪ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ଭାରତ । ତେବେ ବିଶ୍ୱକପ୍ ପାଇଁ ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ ।
🚨 NEWS 🚨
Presenting #TeamIndia's squad for the ICC Women's T20 World Cup 2024 🙌 #T20WorldCup pic.twitter.com/KetQXVsVLX
— BCCI Women (@BCCIWomen) August 27, 2024
ବିଶ୍ୱକପ୍ ପାଇଁ ମହିଳା ଭାରତୀୟ ଦଳ: ହରମନପ୍ରୀତ କୌର(ଅଧିନାୟକ) ସ୍ମୃତି ମନ୍ଧାନା(ଉପ-ଅଧିନାୟକ), ଶେଫାଳୀ ବର୍ମା, ୟାସ୍ତିକା ଭାଟିଆ, ପୂଜା ବସ୍ତ୍ରାକର, ରେଣୁକା ସିଂହ ଠାକୁର, ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ଏସ ସଞ୍ଜୀବନ
ରିଜର୍ଭ ଖେଳାଳି: ଉମା ଛେତ୍ରୀ, ତନୁଜା କନୱର, ସାଇମା ଠାକୁର