fbpx

ଏପରି ଭାବରେ ନିଅନ୍ତୁ ଆଖିର ଯତ୍ନ, ବଢ଼ିଯିବ ଦୃଷ୍ଟି ଶକ୍ତି

ଶରୀରରେ ମାଂସପେଶୀ ଠିକ୍ ଭାବରେ କାର୍ଯ୍ୟ ନକଲେ ଆପଣ ଦୁର୍ବଳ ହେବାକୁ ଲାଗିଥା’ନ୍ତି । ଶରୀରର ଅନ୍ୟ ସମସ୍ତ ମାଂସପେଶୀ ପରି ଆଖିର ମାଂସପେଶୀକୁ ମଧ୍ୟ ବ୍ୟାୟାମର ଆବଶ୍ୟକତା ପଡ଼ିଥାଏ । ଏହି ବ୍ୟାୟାମ ଦ୍ୱାରା ଆଖି ଠିକ୍ ଭାବରେ କାର୍ଯ୍ୟ କରିଥାଏ । ତେବେ ଆଖିର ଦୃଷ୍ଟିଶକ୍ତିକୁ ପ୍ରଖର କରିବା ପାଇଁ ଆପଣ ବିଭିନ୍ନ ପ୍ରକାର ଉପାୟ ଆପଣାଇଥା’ନ୍ତି । ତେବେ ଆପଣଙ୍କ ଆଖି ସମ୍ପର୍କିତ କିଛି ଟିପସ୍ ଜାଣି ରଖନ୍ତୁୁ, ଯାହାକୁ କରିବା ଦ୍ୱାରା ଆପଣଙ୍କ ଆଖି ସୁସ୍ଥ ରହିବା ସହିତ ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ପାଇବ । ଆସନ୍ତୁ ଜାଣିବା ସେହି ଟିପସ୍ ଗୁଡ଼ିକ ବିଷୟରେ…

• ଆଖିକୁ ଆବଶ୍ୟକତାଠାରୁ ଅଧିକ ଚାପ ଦିଅନ୍ତୁ ନାହିଁ । ଯଦି ଅଧିକ ସମୟ ଧରି ମୋବାଇଲ୍, ଲ୍ୟାପଟପ୍ କିମ୍ୱା କମ୍ପ୍ୟୁଟର ସାମ୍ନାରେ କାର୍ଯ୍ୟ କରୁଛନ୍ତି, ତେବେ ପ୍ରତି ଘଣ୍ଟାଏ କିମ୍ୱା ଦୁଇ ଘଣ୍ଟାରେ ଆଖିକୁ ଦୁଇରୁ ତିନି ମିନିଟ୍ ବିଶ୍ରାମ ଦିଅନ୍ତୁ ।
• ଆଖିକୁ ସୁସ୍ଥ ରଖିବା ପାଇଁ କିଛି ଏକ୍ସସରସାଇଜ୍ କରନ୍ତୁ । ଯେପରିକି ସବୁଜ ଗଛଲତାକୁ ଦିନକୁ ୧୦ରୁ ୧୫ ମିନିଟ୍ ଦେଖନ୍ତୁ ।
• ଯଦି ଆପଣ ଚଷମା ଲଗାଉଛନ୍ତି, ତେବେ ଚଷମା କମ୍ ଲଗାଇବା ପାଇଁ ଚେଷ୍ଟା କରନ୍ତୁ । କେବଳ କାମ କରିବା ସମୟରେ ହିଁ ଚଷମା ବ୍ୟବହାର କରିବା ଭଲ ।

• ଆଖିକୁ ଆସ୍ତେ ଆସ୍ତେ ଆଙ୍ଗୁଳିରେ ହାଲ୍କା ମସାଜ୍ କରନ୍ତୁ । ମନେରଖନ୍ତୁ ମସାଜ୍ କରିବା ସମୟରେ ଯେପରି ଆଖିକୁ ଯନ୍ତ୍ରଣା ନହୁଏ ।
• ବାହାରକୁ ବୁଲିବାକୁ ଯିବା ସମୟରେ ଅଧିକ ଦୂର ପର୍ଯ୍ୟନ୍ତ କୌଣସି ଜିନିଷକୁ ଦେଖିବାକୁ ଚେଷ୍ଟା କରନ୍ତୁ ଅର୍ଥାତ୍ ଆପଣଙ୍କର ଦୃଷ୍ଟିଶକ୍ତି କେତେ ପର୍ଯ୍ୟନ୍ତ ଯାଇପାରୁଛି, ତାହା ଜାଣିବାକୁ ଚେଷ୍ଟା କରନ୍ତୁ ।
• ପ୍ରତିଦିନ ଗାଜର ଖାଆନ୍ତୁ କିମ୍ୱା ଏହାର ରସ ପିଅନ୍ତୁ । ଗାଜରରେ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ରହିଛି, ଯାହା ଆଖିକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ ।

• ଯଦି ଆପଣଙ୍କ ଆଖି ଜଳାପୋଡ଼ା ହେଉଛି, ତେବେ ନିୟମିତ ଭାବରେ ଆଇଡ୍ରପ୍ ବ୍ୟବହାର କରିବା ପରିବର୍ତ୍ତେ ଏଲୋବେରା ଜୁସ ମଧ୍ୟ ବ୍ୟବହାର କରିପାରିବେ । ତେବେ ଏହାକୁ ବ୍ୟବହାର କରିବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନିଶ୍ଚିନ୍ତ ନିଅନ୍ତୁ ।
• ଆଖିକୁ ଥକା ଲାଗିବା ପରି ଅନୁଭବ ହେଲେ, ହାଲ୍କା ଉଷୁମ ପାଣିରେ ଆଖିକୁ ଧୁଅନ୍ତୁ । ଏପରି କଲେ ଆଖିର ଥକାପଣ ଦୂର ହୋଇଥାଏ ।
• ଶୋଇବାକୁ ଯିବାର ଦୁଇଘଣ୍ଟା ପୂର୍ବରୁ କମ୍ପ୍ୟୁଟର, ମୋବାଇଲ୍ ଓ ଟିଭି ଦେଖନ୍ତୁ ନାହିଁ ।

Get real time updates directly on you device, subscribe now.