fbpx

Flipkart Sale; ୨୫୬୦ ଟଙ୍କାରେ କିଣନ୍ତୁ ଲାଟେଷ୍ଟ୍ ମଡେଲ୍ ଆଇଫୋନ୍ ୧୩

ନୂଆଦିଲ୍ଲୀ: ଫ୍ଲିପକାର୍ଟରେ ଜାନୁଆରୀ ୨୭ ତାରିଖରୁ ଇଲୋକ୍ଟ୍ରୋନିକ୍ସ ସେଳ୍ ଆରମ୍ଭ ହୋଇଯାଇଛି । ଏଥିରେ ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଟିଭି, ସ୍ପିକର୍, ହିଟର୍ସ ଇତ୍ୟାଦି ଇଲୋକ୍ଟ୍ରୋନିକ୍ସ ପ୍ରଡକ୍ଟରେ ଜବରଦସ୍ତ ଡିସକାଉଣ୍ଟ୍ ମିଳୁଛି । ଆଜି ଆମେ ଆପଣଙ୍କୁ ସ୍ମାର୍ଟଫୋନ୍ ରେ ଏପରି ଏକ ଡିଲ୍ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ଆପଲ୍ ର ଲାଟେଷ୍ଟ୍ ଆଇଫୋନ୍ ୧୩କୁ କେବଳ ମାତ୍ର ୨୫୬୦ ଟଙ୍କାରେ କିଣିପାରିବେ । ତାହେଲେ ଚାଲନ୍ତୁ କିପରି…

ଆଇଫୋନ୍ ୧୩ର ୧୨୮ ଜିବି ଭାରିଆଣ୍ଟ ବଜାରରେ ୭୯,୯୦୦ ଟଙ୍କାରେ ବିକ୍ରି ହେଉଛି । ତେବେ ଫ୍ଲିପକାର୍ଟ ଇଲୋକ୍ଟ୍ରୋନିକ୍ସ ସେଲ୍ ରେ ଆଇଫୋନ୍ ରେ ୬ ପ୍ରତିଶତ ଡିସକାଉଣ୍ଟ୍ ପରେ ୭୪,୯୦୦ ଟଙ୍କାରେ ମିଳୁଛି । ଏହି ସ୍ମାର୍ଟଫୋନ୍ କୁ ଆପଣ ୨୫୬୦ ଟଙ୍କାରେ ନେଇପାରିବେ । ପ୍ରତିମାସରେ ଇଏମଆଇ ୨୫୬୦ ଟଙ୍କା ଦେଇ ଆଇଫୋନ୍ ୧୩କୁ ଆପଣ ନେଇପାରିବେ ।

ତେବେ ଏହି ଅଫର୍ ଆଇସିଆଇସିଆଇ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି । ଗ୍ରାହକଙ୍କୁ ୩୬ ମାସ ଭିତରେ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟାନ୍ୟ ବ୍ୟାଙ୍କ୍ ରେ ମଧ୍ୟ ଅଫର୍ ଦେଉଛନ୍ତି । ଫ୍ଲିପକାର୍ଟ ଏକ୍ସଚେଞ୍ଜ ଅଫର୍ ମଧ୍ୟ ଦେଉଛି । ଏକ୍ସଚେଞ୍ଜ କରିବା ଦ୍ୱାରା ଆପଣଙ୍କୁ ୧୮,୮୫୦ ଟଙ୍କା ଡିସକାଉଣ୍ଟ୍ ମିଳିବ । ଏହି କ୍ରମରେ ଆଇଫୋନ୍ ୧୩ ଆପଣଙ୍କୁ ୧୮,୮୫୦ ଟଙ୍କା ଡିସକାଉଣ୍ଟ୍ ପରେ ୫୫,୦୫୦ ଟଙ୍କା ଦେଇ ନେଇପାରିବେ ।

Get real time updates directly on you device, subscribe now.