‘40,000 ନେ, ମତେ ଦେହ ସୁଖ ଦେ’, ବୋହୂ ପାଖରେ ଏଭଳି ଘୃଣ୍ୟ ଦାବି କଲା ଶ୍ୱଶୁର
ଶାରୀରିକ ସମ୍ପର୍କ ପାଇଁ ବୋହୂକୁ ଲୋଭ ଦେଖାଇଲା ଶ୍ୱଶୁର
ଉତ୍ତରପ୍ରଦେଶ: ଶାରୀରିକ ସମ୍ପର୍କ ପାଇଁ ଲୋଭ ଦେଖାଇଲା ଶ୍ୱଶୁର। କହିଲା, ‘ 40,000 ନେ, ମତେ ଦେହ ସୁଖ ଦେ।’ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଉତ୍ତରପ୍ରଦେଶର କୋତୱାଲିରେ। ଯେଉଁଠି ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ ଉପରେ ଲଗାତାର ଯୌନ ନିର୍ଯାତନା, ଦୁଷ୍କର୍ମ ଏବଂ ଶାରୀରିକ ସମ୍ପର୍କ ପାଇଁ 40,000 ଟଙ୍କା ଲୋଭ ଦେଖାଇବା ଅଭିଯୋଗ କରିଛନ୍ତି।
ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଘଟଣାରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ଶ୍ୱଶୁରଙ୍କୁ ସମର୍ଥନ କରୁଛନ୍ତି। ଅଭିଯୋଗ ପରେ ପୋଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରିଛି।
ପୀଡିତା ମହିଳାଙ୍କ ବିବାହ ୮ ଫେବୃଆରୀ ୨୦୧୯ରେ ଏକ ଜୈନ ପରିବାରରେ ହୋଇଥିଲା। ମହିଳା ଜଣକ ପୋଲିସରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର, ଯିଏ ଶମଶାବାଦ ରୋଡର ନେହେରୁ ଏନକ୍ଲେଭରେ ରହୁଛନ୍ତି, ସେ ବିବାହ ପରଠାରୁ ତାଙ୍କ ପ୍ରତି ଖରାପ ନଜର ରଖିଛନ୍ତି। କେବଳ ସେତିକି ନୁହେଁ ଶ୍ୱଶୁର ତାଙ୍କୁ ନଜଣାଇ ତାଙ୍କ ରୁମରେ ପଶି ତାଙ୍କୁ ଅଶ୍ଳୀଳ କଥା ମଧ୍ୟ କହୁଛନ୍ତି।
ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଏହି ବିଷୟରେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଓଲଟି ତାଙ୍କ ବାପା ବୃଦ୍ଧ, ତାଙ୍କୁ କିଛି କୁହାଯାଇପାରିବ ନାହିଁ ଏବଂ ତାଙ୍କୁ ତାଙ୍କ ଶ୍ୱଶୁରଙ୍କ କଥା ଅନୁସାରେ କାମ କରିବା ଉଚିତ ବୋଲି କହୁଛନ୍ତି। ଯଦି ସେ ତାଙ୍କ ସ୍ୱାମୀଙ୍କ କଥା ମାନୁ ନାହାଁନ୍ତି ତେବେ ତାଙ୍କ ସ୍ୱାମୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମଧ୍ୟ ମାରୁଛନ୍ତି।
କେବଳ ସେତିକି ନୁହେଁ, ମହିଳା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏହି ଘଟଣାରେ ରାଗିଯାଇ ଯେତେବେଳେ ତାଙ୍କ ବାପ ଘରକୁ ଯାଇଥିଲେ ସେତେବେଳେ ଶ୍ୱଶୁର ତାଙ୍କ ବାପ ଘରକୁ ଯାଇ ସେଠାରେ ମଧ୍ୟ ବିଛଣାରେ ବସି ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ଶରୀରକୁ ଛୁଇଁବା ଆରମ୍ଭ କରିଥିଲେ ଏବଂ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ।
ମହିଳା ସାହସ ଦେଖାଇ ଏହାର ବିରୋଧ କରିଥିଲେ ଏବଂ ତାଙ୍କ ମୋବାଇଲରେ ଏହି ଘଟଣାର ଭିଡିଓ କରିଥିଲେ। ଯାହା ପ୍ରମାଣ ସ୍ୱରୂପ ସେମାନଙ୍କ ପାଖରେ ଅଛି।
ଏହି କଥା ଯେତେବେଳେ ଶାଶୁ ଘର ଲୋକ ଜାଣିଲେ ସେତେବେଳେ ସ୍ୱାମୀ ଏବଂ ଶ୍ୱଶୁର ତାଙ୍କୁ ନିର୍ଯାତନା ସହ ହତ୍ୟା ଧମକ ମଧ୍ୟ ଦେଲେ। ତା ସହିତ ଶ୍ୱଶୁର 40,000 ଦେଇ ଶାରୀରିକ ସମ୍ପର୍କ ରଖିବାକୁ ପ୍ରଲୋଭନ ମଧ୍ୟ ଦେଖାଇଲେ।
ଅଭିଯୋଗ ପରେ ପୋଲିସ ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା (BNSS) ର ଧାରା 75 (ଯୌନ ନିର୍ଯାତନା), 115 (2) (ଧମକ), 351 (2) (ଆପରାଧିକ ବଳ ପ୍ରୟୋଗ), ଏବଂ 352 (ଆକ୍ରମଣ) ଅନୁଯାୟୀ ଏକ ଏଫଆଇଆର ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।