fbpx

ବାଇକ୍ ଚଲାଇବା ସମୟରେ ପଛ ସିଟରେ ବସିଥିବା ବ୍ୟକ୍ତିଙ୍କ ସହ କଥା ହେବା ପଡ଼ିବ ମହଙ୍ଗା, ଜାଣନ୍ତୁ କେଉଁ ରାଜ୍ୟରେ ଜାରି ହେଲା ନିୟମ

ଓଡ଼ିଶା ଭାସ୍କର: ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କୁ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ମୋଟର ଯାନ ବିଭାଗ ତରଫରୁ ନୂତନ ନିୟମ କରାଯାଇଛି । ବିଶେଷ କରି ବାଇକ୍ ଚାଳକଙ୍କୁ ଟାର୍ଗେଟ କରି ଏଭଳି ନିୟମ ଜାରି କରାଯାଇଛି । ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ମଧ୍ୟ ପ୍ରାବଧାନ ରହିଛି ।

ମୋଟର ଯାନ ବିଭାଗ ତରଫରୁ ଜାରି କରାଯାଇଥିବା ଏହି ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ବାଇକ୍ ଚଲାଉଥିବା ବ୍ୟକ୍ତି ପଛ ସିଟରେ ବସିଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିପାରିବେ ନାହିଁ । ଏଭଳି କରିବା ଦଣ୍ଡନୀୟ ଅପରାଧ ଅଟେ । ସଡ଼କ ଦୁର୍ଘଟଣାକୁ କମ୍ କରିବା ଉଦ୍ଦେଶ୍ୟରେ କେରଳ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ବାଇକ୍ ଚଲାଉଥିବା ସମୟରେ ଚାଳକ ଜଣଙ୍କ ସମସ୍ତ ଫୋକସ୍ ରାସ୍ତା ଉପରେ ସ୍ଥିର ରହିବା ଉଚିତ । ଚାଳକର ଧ୍ୟାନ ହଟିଲେ ନିର୍ଣ୍ଣୟ ନେବାରେ ଏବଂ ରେସ୍ପନ୍ସ ଟାଇମରେ ବାଧା ସୃଷ୍ଟି ହୋଇପାରେ । ଫଳରେଦୁର୍ଘଟଣା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ତେବେ ଏହି ନିୟମ ଉଲଙ୍ଘନ କଲେ କେଉଁ ଦଣ୍ଡ ମିଳିବ ତାହା ସ୍ପଷ୍ଟ କରାଯାଇ ନାହିଁ ।

Get real time updates directly on you device, subscribe now.