fbpx

ସେପ୍ଟେମ୍ବର ପହିଲାରୁ ଟମାଟୋ କେଜି ୩୦ ଟଙ୍କା! NCMLଲର ପରିଚାଳନା ନିର୍ଦ୍ଦେଶକଙ୍କ ଦେଲେ ସୂଚନା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଟମାଟୋ କିଲୋ ୧୦୦ ଟଙ୍କା ଉପରେ ରହିଛି । ଟମାଟୋର ମହଙ୍ଗା ମାଡ଼କୁ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଏନେଇ ଆସିଛି ଏକ ଆଶ୍ୱସ୍ତିକର ଖବର । ଖୁବଶୀଘ୍ର ଶସ୍ତାରେ ମିଳିବ ଟମାଟୋ । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ହରିୟାଣାରୁ ଟମାଟୋ ଆସିବା ପରେ ଆସନ୍ତା ମାସ ପ୍ରାରମ୍ଭରେ ଦରରେ ହ୍ରାସ ହୋଇପାରେ ବୋଲି ଅନୁମାନ କରାଯାଉଛି । ଯଦି ଏପରି କିଛି ଘଟେ ତେବେ ଦେଶର ଲକ୍ଷ ଲକ୍ଷ ଖାଉଟିଙ୍କ ମୁହଁରେ ନିଶ୍ଚିତ ଭାବେ ହସ ଫୁଟି ଉଠିବ ।

ସୂଚନା ମୁତାବକ, ଚଳିତ ମାସ ଶେଷ ସୁଦ୍ଧା ଟମାଟୋ ସପ୍ଲାଇ ବୃଦ୍ଧି ପାଇବ । ଫଳରେ ଦର ବହୁତ କମ୍ ହୋଇଯିବ । ଅଧିକ ଫସଲ ଅମଳ ହେବା ଫଳରେ ଅକ୍ଟୋବର ମାସ ବେଳକୁ ଟମାଟୋ ମୂଲ୍ୟରେ ବହୁତ ହ୍ରାସ ପରିଲକ୍ଷିତ ହେବ । ସେପ୍ଟେମ୍ବର ମଧ୍ୟ ବେଳକୁ ଟମାଟୋ କେଜି ୩୦ ଟଙ୍କାରେ ପହଞ୍ଚିପାରେ ବୋଲି ନ୍ୟାସନାଲ କମୋଡିଟିଜ୍ ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡ (ଏନସିଏମଏଲ)ର ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ସଞ୍ଜୟ ଗୁପ୍ତା କହିଛନ୍ତି ।

ଗତ ଜୁଲାଇ ୧୪ରେ ଟମାଟୋର ସର୍ବଭାରତୀୟ କୁଇଣ୍ଟାଲ ପ୍ରତି ଦର ୯,୬୭୧ ଟଙ୍କା ରହିଥିବା ବେଳେ ଅଗଷ୍ଟ ୧୪ ବେଳକୁ ତାହା ୯,୧୯୫ ଟଙ୍କାରେ ପହଞ୍ଚିଛି । ଜୁଲାଇ ମଧ୍ୟ ବେଳକୁ ଦେଶରେ ଅନେକ ସ୍ଥାନରେ ଟମାଟୋ କେଜି ୨୫୦ ଟଙ୍କାରେ ବିକ୍ରି ହେଉଥିଲା । ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ତାଜା ପରିବା ଆସିବା ଫଳରେ ଅଧିକାଂଶ ସହରରେ ବର୍ତ୍ତମାନ ଦର ୮୦-୧୨୦ ଟଙ୍କା ରହିଥିବା ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.