ସ୍କୁଲ ସାର୍‌ଙ୍କୁ ମହଙ୍ଗା ପଡ଼ିଲା ‘ବ୍ୟାଡ୍ ଟଚ୍‌’, ପୁଣିଥରେ ଛାତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର

ଅଶାଳୀନ ସ୍ପର୍ଶ ପାଇଁ ହାଜତରେ ପଶିଲେ ସାର୍‌

ନୂଆଦିଲ୍ଲୀ: ପୁଣିଥରେ ସ୍କୁଲରେ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ଜଣେ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଯାଞ୍ଚକାରୀ କହିଛନ୍ତି ଯେ, ଜଣେ ଅଭିଭାବକ ଏହି ଘଟଣାରେ ଅଭିଯୋଗ ଦାଖଲ କରିଥିଲେ, ଏହି ଘଟଣାଟି ଏକ କୋଚିଂ ସିବିରରେ ଘଟିଥିଲା।

ତଦନ୍ତ ସମୟରେ ୨୦ ଜଣ ଝିଅ ଏବଂ ପିଲାମାନେ ଏହି ବ୍ୟାଡ ଟଚ୍ ବିଷୟରେ କହିଥିଲେ। ଏଭଳି ବ୍ୟାଡ୍ ଟଚ୍ ପାଇଁ ଏହି ଶିକ୍ଷକଙ୍କୁ ପୂର୍ବରୁ ଏକ ୱାର୍ଣ୍ଣିଂ ମିଳିଥିଲା। ଏହାପରେ ବି ସେ ଅମାନ୍ୟ କରିଥିଲେ। ଏଥିପାଇଁ ଏହି ଶିକ୍ଷଙ୍କ ବିରୋଧରେ POCSO ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି।

ଏହି ମାମଲାଟି ତାମିଲନାଡ଼ୁର ଏକ ବିଦ୍ୟାଳୟରେ ଘଟିଛି। ଏଥିପାଇଁ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଅଭିଭାବକ ଚିନ୍ତାରେ ପଡିଛନ୍ତି। କୃଷ୍ଣଗିରି ଜିଲ୍ଲାରେ ଥିବା ଏକ ସରକାରୀ ସ୍କୁଲର ତିନିଜଣ ଶିକ୍ଷକଙ୍କୁ ଏଭଳି ଏକ ମାମଲାରେ ଗିରଫ କରାଯାଇଥିଲା।