fbpx

ଚେନ୍ନାଇ ନିକଟରେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା; ଦୁର୍ଘଟଣାସ୍ଥଳରେ ନିଆଁ

ଚେନ୍ନାଇ: ତାମିଲନାଡ଼ୁର ଚେନ୍ନାଇ ନିକଟରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ତାମିଲନାଡୁର ତିରୁଭାଲ୍ଲୁରରେ ଏହି ଟ୍ରେନ୍ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିହାରର ଦରଭଙ୍ଗା ଯାଉଥିବା ବାଗମତୀ ଏକ୍ସପ୍ରେସ୍ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା। ଏହି ଘଟଣା ପରେ ସାମ୍ନାକୁ ଆସିଥିବା ଭିଡିଓରେ ଦୁର୍ଘଟଣାସ୍ଥଳରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି।

ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡିଛି । ତେବେ ଏଥିରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

Get real time updates directly on you device, subscribe now.