fbpx

ବିଜେପିରେ ସାମିଲ ହେଲେ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ

ନୂଆଦିଲ୍ଲୀ: ବୁଧବାର ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ(Tamilisai Soundararajan) ବିଜେପିରେ ସାମିଲ ହୋଇଛନ୍ତି । ଚେନ୍ନାଇ ସ୍ଥିତ ଦଳର ମୁଖ୍ୟାଳୟ ‘କମଲାଲୟମ୍’ରେ ତାମିଲନାଡ଼ୁ ବିଜେପି ସଭାପତି କେ. ଅନ୍ନାମଲାଇ ତାଙ୍କୁ ସଦସ୍ୟତା କାର୍ଡ଼ ଦେଇଥିଲେ । ସେମାବାର ତେଲେଙ୍ଗାନା ଏବଂ ପୁଡ଼ୁଚେରୀର ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଥିଲେ ତମିଲିସାଇ ସୁନ୍ଦରରାଜନ । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରିଛି ।

ବିଜେପିରେ ସାମିଲ ହେବା ପରେ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ କହିଥିଲେ, ‘ରାଜନୀତିକୁ ଫେରିବା କୌଣସି ଜୁଆ ନୁହେଁ । ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି । ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ନେଇ ସହଯୋଗ କରିବାକୁ ଚାହୁଁଛି । ମୋ ପ୍ରତ୍ୟାବର୍ତ୍ତନର ଅର୍ଥ ନୁହେଁ ଯେ ତାମିଲନାଡ଼ୁରେ ବିଜେପି ପ୍ରାର୍ଥୀଙ୍କ ଅଭାବ ରହିଛି ।’

 

Get real time updates directly on you device, subscribe now.