fbpx

(Video) ୧୫ଟଙ୍କା ପାଇଁ ହତ୍ୟା, ଗ୍ରାହକଙ୍କ ମାଡରେ ଦୋକାନୀଙ୍କ ମୃତ୍ୟୁ ଅଭିଯୋଗ

ଭୁୁବନେଶ୍ୱର:୪୦ ଟଙ୍କା ମାଗିବାରୁ ଦୋକାନୀଙ୍କୁ ହତ୍ୟା ଅଭିଯୋଗ । ବାକି ୧୫ ଟଙ୍କା ମାଗିବାରୁ ଦୋକାନୀଙ୍କୁ ପିଟିଥିଲେ ଗ୍ରାହକ । ଗ୍ରାହକଙ୍କ ମାଡରେ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଦୋକାନୀଙ୍କ ନାମ ବିଜୟ ପଣ୍ଡା ବୋଲି ଜଣାପଡିଛି ।

ଭଦ୍ରକ ପଥରଆଡି ଛକରେ ଗ୍ରାହକଙ୍କ ମାଡରେ ଦୋକାନୀ ମୃତ୍ୟୁବରଣ କରିଛନ୍ତି । ୧୫୫ ଟଙ୍କାର ସଉଦା କିଣି ୧୪୦ ଟଙ୍କା ଦେଇଥିଲେ ଗ୍ରାହକ । ଏହାପରେ ଦୋକାନୀ ତାଙ୍କୁ ଆଉ ୧୫ ଟଙ୍କା ମାଗିଥିଲେ । ଏହି କାରଣରୁ ଗ୍ରାହକ ଜଣକ ରାଗିଯାଇ ଦୋକାନୀଙ୍କୁ ପିଟିଥିଲେ ।

Get real time updates directly on you device, subscribe now.