fbpx

IPL-2024; ନୂଆ ନାମ, ଜର୍ସି-ଲୋଗୋ ବି ନୂଆ: ଏଥର RCB ଲେଖିବ କି ନୂଆ କାହାଣୀ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ବଡ଼ କାରନାମା କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ ଆରସିବି । ଏଥିପାଇଁ ଫ୍ରାଞ୍ଚାଇଜିର ନବକଳେବର ହୋଇଛି । ଏଥର ଦଳର ଆମ ବଦଳି ଯାଇଛି, ଏହାସହ ବଦଳିଯାଇଛି ଦଳର ଜର୍ସି ଏବଂ ଲୋଗୋ । ତେଣୁ ଏହି ସିଜନରେ ଆରସିବି କିଛି ନୂଆ କାହାରୀ ଲେଖିବ ବୋଲି ଆଶା କରାଯାଉଛି । ଆଇପିଏଲର ୧୭ତମ ସିଜନରେ ଟ୍ରଫି ନିଜ ନାମରେ କରିପାରେ ଆରସିବି । ୧୬ ବର୍ଷ ଭିତରେ ‘ବାଙ୍ଗାଲୋର’ ଯାହା କରିବାରେ ଅସମର୍ଥ ରହିଛି, ଏର୍ବେ ତାହା ‘ବେଙ୍ଗଲୁରୁ’ କରି ଦେଖାଇବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ଆଇପିଏଲ ପୂର୍ବରୁ ଆରସିବି ଫ୍ରାଞ୍ଚାଇଜି ନିଜ ନାମରେ ପରିବର୍ତ୍ତନ କରିଛି । ଫ୍ରାଞ୍ଚାଇଜି ନିଜ ଦଳର ନାଁରୁ ବାଙ୍ଗାଲୋର ଶବ୍ଦ ହଟାଇ ଏହି ସ୍ଥାନରେ ବେଙ୍ଗଲୁରୁକୁ ସ୍ଥାନ ଦେଇଛି । ‘ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର’କୁ ପରିବର୍ତ୍ତନ କରି ‘ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ’ ଭାବରେ ନୂଆ ନାଁ ବାଛିଛି ଏହି ଫ୍ରାଞ୍ଚାଇଜି । ଏହାବ୍ୟତୀତ ଦଳ ନିଜର ଲୋଗୋ ଏବଂ ଜର୍ସି ମଧ୍ୟ ପରିବର୍ତ୍ତନ କରିଛି । ତେବେ ଚଳିତବର୍ଷ ଆଇପିଏଲରେ ସବୁ କିଛି ନୂଆ-ନୂଆ ହୋଇ କମବ୍ୟାକ କରୁଛି ଆରସିବି, କିନ୍ତୁ ଦଳର ଲକ୍ଷ୍ୟ ଏବେ ବି ସେହି ଗୋଟିଏ ହିଁ ରହିଛି । ପ୍ରଥମ ସିଜନରୁ ଆଇପିଏଲର ପ୍ରମୁଖ ଅଂଶ ହୋଇ ରହିଥିଲେ ମଧ୍ୟ ଦଳ ବର୍ତ୍ତମାନ ସୁଦ୍ଧା କୌଣସି ସିଜନରେ ଚମ୍ପିଆନ୍ ହେବାରେ ଅସମର୍ଥ ରହିଛି ଏହି ଫ୍ରାଞ୍ଚାଇଜି ।

ତେବେ ନାମ ପରିବର୍ତ୍ତନ କରିବା ଦଳ ପାଇଁ ଶୁଭ ହୋଇପାରେ ବୋଲି ଅନୁମାନ କରାଯାଉଛି । ନୂଆଁ ନାଁରେ ଦଳ ଟ୍ରଫି ନିଜ ନାଁରେ କରିପାରିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ତେବେ ପୂର୍ବରୁ ଅନ୍ୟ ୨ଟି ଦଳ ମଧ୍ୟ ଆଇପିଏଲରେ ନାମ ପରିବର୍ତ୍ତନ କରି ସାରିଛନ୍ତି । ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ନାଁରେ ଖେଳୁଥିବା ଦଳ ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ ଭାବରେ ଆଇପିଏଲ ଖେଳୁଥିଲା । ସେହିପରି ବଲିଉଡ ସୁନ୍ଦରୀ ପ୍ରୀତି ଜିଣ୍ଟାଙ୍କ ଫ୍ରାଞ୍ଚାଇଜି ମଧ୍ୟ ନାମ ପରିବର୍ତ୍ତନ କରି କିଙ୍ଗସ ୧୧ ପଞ୍ଜାବରୁ ପଞ୍ଜାବ କିଙ୍ଗସ ହୋଇଛି । ତେବେ ଉଭୟ ଦଳ ନାମ ପରିବର୍ତ୍ତନ କରିଥିଲେ ମଧ୍ୟ ଭାଗ୍ୟ ପରିବର୍ତ୍ତନ କରି ପାରି ନାହାନ୍ତି । ଆଜି ପର୍ଯ୍ୟନ୍ତ ଏହି ୩ଟି ଦଳ ଆଇପିଏଲରେ ଚମ୍ପିଆନ୍ ହୋଇ ପାରିନାହାନ୍ତି । ତେବେ ଆରସିବି ଏହି ପ୍ରସେସକୁ ଭାଙ୍ଗି ନୂଆ ଇତିହାସ ଲେଖିପାରିବ କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.