fbpx

ସୁଶାସନରେ ତାମିଲନାଡୁ ଦେଶରେ ଏକ ନମ୍ବର: ଜାଣନ୍ତୁ କେତେ ରହିଛି ଓଡ଼ିଶାର ସ୍ଥାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାର ଉନ୍ନତ ଏବଂ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବେଳେ ନିତି ଆୟୋଗ ପକ୍ଷରୁ ପ୍ରକାଶିତ ତାଲିକାର ତଥ୍ୟ କିନ୍ତୁ କିଛି ଅଲଗା ଦିଗକୁ ଇଙ୍ଗିତ କରୁଛି । ସୁଶାସନ ବ୍ୟବସ୍ଥାରେ ତାମିଲନାଡୁ ଦେଶର ଏକ ନମ୍ବର ରାଜ୍ୟ ରହିଥିବା ବେଳେ ଓଡ଼ିଶା ନୈରାଶ୍ୟଜନକ ପ୍ରଦର୍ଶନ ସହିତ ୧୬ ନମ୍ବର ସ୍ଥାନରେ ରହିଛି । ୨୦ଟି ରାଜ୍ୟର ବିଭିନ୍ନ ସୂଚକାଙ୍କକୁ ନେଇ ଏହି ତାଲିକା ପ୍ରକାଶ ପାଇଥିବା ବେଳେ ଓଡ଼ିଶା ତଳ ଆଡୁ ପଞ୍ଚମ ସ୍ଥାନରେ ରହିଛି ।

ବିଭିନ୍ନ ସୂଚକାଙ୍କକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା । ସମୁଦାୟ ୨୦୮୦ ପଏଣ୍ଟରୁ ତାମିଲନାଡୁ ୧୩୦୩.୫ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛି । ହିମାଚଳ ପ୍ରଦେଶ(୧୨୫୭.୨) ଏବଂ କେରଳ (୧୨୫୨.୫) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ୧୨୨୬.୪ ପଏଣ୍ଟ ସହିତ ଗୁଜରାଟ ଏହି ତାଲିକାରେ ୪ର୍ଥ ସ୍ଥାନରେ ରହିଥିବା ବେଳେ ପଞ୍ଜାବ ୫ମ ସ୍ଥାନରେ ରହିଛି ।

ଅନ୍ୟ ପକ୍ଷରେ ଓଡ଼ିଶା ୯୦୧.୧ ପଏଣ୍ଟ ସହିତ ତାଲିକାର ଷୋଡଶ ସ୍ଥାନରେ ରହିଛି । ଆସାମ, ଉତ୍ତର ପ୍ର୍ରଦେଶ, ଝାରଖଣ୍ଡ ଓ ବିହାର ଏହି ତାଲିକାରେ ଓଡ଼ିଶା ଠାରୁ ପଛରେ ଅଛନ୍ତି । ୨୦୧୮ରେ ଓଡ଼ିଶା ଏହି ତାଲିକାରେ ୧୮ତମ ସ୍ଥାନରେ ଥିଲା । ୨୦୧୯ରେ ୧୭ ଏବଂ ୨୦୨୦ରେ ସମାନ ୧୬ତମ ସ୍ଥାନରେ ରହିଥିଲା ।

Get real time updates directly on you device, subscribe now.