fbpx

ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିବା ପରେ ତମିମ ଅବସର ନିଷ୍ପତି ବଦଳାଇଲେ ତାମିମ ଇକବାଲ, ଖେଳିବେ ଆଗାମୀ ବିଶ୍ୱକପ୍‌

Advertisement

ନୁଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ଦଳର ଦିନିକିଆ ଅଧିନାୟକ ତାମିମ ଇକବାଲ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ହସ୍ତକ୍ଷେପ ପରେ ତାମିମ ଇକବାଲ ବର୍ତ୍ତମାନ ଏହି ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନିର୍ଦ୍ଦେଶରେ ତମିମ ଅବସର ପ୍ରତ୍ୟାହାର କରିଛନ୍ତି । ନିକଟରେ ତମିମ ଶେଖ ହସିନାଙ୍କୁ ଭେଟିଥିଲେ । କିନ୍ତୁ ଏ ସମ୍ପର୍କରେ ସରକାରୀ ସୂଚନା ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇ ନାହିଁ ।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ ତମିମ କହିଛନ୍ତି ଯେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ସେ ମୋତେ ପୁଣି ଖେଳିବାକୁ କହିଥିଲେ । ସେଥିପାଇଁ ମୁଁ ଅବସର ନିଷ୍ପତ୍ତିକୁ ଫେରାଇ ନେଇଛି । ତାଙ୍କୁ ମନା କରିବା ମୋ ପାଇଁ କଷ୍ଟକର ଥିଲା ।

ଗୁରୁବାର ଦିନ ତମିମ ଏକ ସାମ୍ବାଦିକ ସମ୍ମିଳନୀ କରିଥି ଅବରସ ଘୋଷଣା କରିଥିଲେ । ଏହି ସମୟରେ ତମିମ ଭାବପ୍ରବଣ ହୋଇପଡ଼ିଥିଲେ ଏବଂ ନିଜର ଲୁହକୁ ରୋକି ପାରି ନଥିଲେ । ସେ ସମୟରେ ତମିମ କହିଥିଲେ ଯେ ଅବସର ନେବାକୁ ନିଷ୍ପତ୍ତି ହଠାତ୍ ନିଆଯାଇ ନାହିଁ । ମୁଁ ମୋ ପରିବାର ସହିତ ଏ ବିଷୟରେ କଥାବାର୍ତ୍ତା କରୁଥିଲି । ପଡ଼ିଆରେ ଖେଳ ସମୟରେ ମୁଁ ମୋର ୧୦୦ ପ୍ରତିଶତ ଦେଇଛି ।

Get real time updates directly on you device, subscribe now.