fbpx

ଦେଶର ସର୍ବକନିଷ୍ଠ ଗ୍ରାଜୁଏଟ ହେଲେ ତନିଷ୍କା! ୧୨ ବର୍ଷରେ ଯୁକ୍ତଦୁଇ, ୧୫ ବର୍ଷରେ ଯୁକ୍ତତିନି ପାସ୍ କଲେ, ପିତୃହରା ଝିଅକୁ ପ୍ରେରଣା ଦେଲେ ମୋଦୀ

ନୂଆଦିଲ୍ଲୀ: ସାଧାରଣ ଭାବେ ୧୫ ବର୍ଷ ବୟସରେ ଅଧିକାଂଶ ପିଲା ଦଶମ ଶ୍ରେଣୀ ପାସ୍ କରିଥାନ୍ତି । ତେବେ ମାତ୍ର ୧୫ ବୟସରେ ଗ୍ରାଜୁଏସନ ପାସ କରି ଇନ୍ଦୋରର ଜଣେ ଝିଅ ଦେଶର ସବୁଠାରୁ ଯୁବ ଗ୍ରାଜୁଏଟ ହୋଇପାରିଛନ୍ତି । ଏହି ଝିଅ ମାତ୍ର ୧୧ ବର୍ଷ ବୟସରେ ଦଶମ ପରୀକ୍ଷାରେ ପାସ୍ କରିଥିଲେ । ଏହାପରେ ସେ ୧୨ ବର୍ଷ ବୟସରେ ଦ୍ୱାଦଶ ପାସ୍ କରିଥିଲେ ।

ଏପରି ଜଣେ ଯୁବ ପ୍ରତିଭା ହେଉଛନ୍ତି ମଧ୍ୟପ୍ରଦେଶର ଇନ୍ଦୋରର ତନିଷ୍କା ସୁଜିତ । ତନିଷ୍କା କରୋନା ସମୟରେ ନିଜର ପିତାଙ୍କୁ ହରାଇଥିଲେ । ମାତ୍ର ଏହା ପରେ ବି ସେ ଧୈର୍ଯ୍ୟ ନ ହରାଇ ପରୀକ୍ଷାରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଦେବୀ ଅହିଲ୍ଲା ବିଶ୍ୱବିଦ୍ୟାଳୟରୁ ତନିଷ୍କା ବିଏରେ ମନୋବିଜ୍ଞାନ ଫାଇନାଲ ପରୀକ୍ଷାରେ ୭୪.୨୦ ପ୍ରତିଶତ ମାର୍କ ରଖି ପାସ୍ କରିଥିଲେ । କମ୍ ବୟସରେ ଗ୍ରାଜୁଏସନ ପାସ୍ କରିବା ତନିଷ୍କାଙ୍କ ଲକ୍ଷ୍ୟ ରହିଥିଲା । ତନିଷ୍କା ଆଖିରେ ପଟି ବାନ୍ଧି ବହି ପଢ଼ି ପାରନ୍ତି ।

ତନିଷ୍କାଙ୍କ ସ୍ୱପ୍ନ ଏବେ ପୂରଣ ହୋଇସାରିଥିବା ବେଳେ ଏବେ ସେ ବ୍ରିଟେନରେ ଆଇନ ପାଠ ପଢ଼ିବା ନେଇ ପ୍ରସ୍ତୁତ ହେଉଛନ୍ତି । ଦେଶର ସର୍ବକନିଷ୍ଠ ମୁଖ୍ୟ ନ୍ୟାୟାଧୀଶ ହେବା ତନିଷ୍କାଙ୍କର ଜୀବନର ଲକ୍ଷ୍ୟ ରହିଛି । ଗତ ଏପ୍ରିଲ ମାସରେ ତନିଷ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଭୋପାଳ ଯାଇଥିଲେ । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ତନିଷ୍କା ପ୍ରଧାନମନ୍ତ୍ରୀଙ୍କ ସହିତ ୧୫ ମିନିଟ୍ ଧରି ଆଲୋଚନା କରିଥିଲେ । ଜୀବନର ସ୍ୱପ୍ନ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ତାଙ୍କର ସ୍ୱପ୍ନ ପୂରଣ ସହିତ ସମାନ ବୋଲି ତନିଷ୍କା କହିଛନ୍ତି ।

Get real time updates directly on you device, subscribe now.