ଗୁମର କହିଲେ EX BOYFRIEND , ନିଜ ଫାଇଦା ପାଇଁ ବନାନ୍ତି ବନ୍ଧୁ, ସବୁଠୁ ବଡ଼ ଫେକ୍ ମଣିଷ
ତାନ୍ୟା ଜଣେ ଫେକ୍ ମଣିଷ। ତାଙ୍କୁ ଲୋକଦେଖାଣିଆ ବହୁତ ପସନ୍ଦ।
ମୁମ୍ବାଇ: ବିଗ୍ ବସ୍ ୧୯ର ଧମାକେଦାର ଆରମ୍ଭ ପରେ ପ୍ରତିଯୋଗୀ ଦର୍ଶକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରୁଛନ୍ତି।ଯେଉଁ ପ୍ରତିଯୋଗୀଙ୍କୁ ନେଇ ସୋସିଆଲ ମିଡିଆରେ ଅଧିକ ଚର୍ଚ୍ଚା ହେଉଛି ସେ ହେଉଛନ୍ତି ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ତାନ୍ୟା ମିତଲ। ଘର ଭିତରେ ତାଙ୍କ କ୍ଲିପ୍ସ ଖୁବ ଭାଇରାଲ ହେଉଛି।
ଏହି ଭିଡିଓରେ ତାନ୍ୟା ନିଜ ଚାଲିଚଳନିକୁ ବେଶ ଉଚ୍ଚକୋଟିର କହୁଥିବା ଦେଖିବାକୁ ମିଳିଛି। ସେ ଭିଡିଓରେ କହୁଛନ୍ତି ସେ କେବେ ଫ୍ରିଜ ଖୋଲି ନାହାଁନ୍ତି। ତାଙ୍କର ଘର ସ୍ୱର୍ଗ ପରି। ଘରେ ୧୫୦ ବଡିଗାର୍ଡ ରହୁଛନ୍ତି। ତାଙ୍କୁ ବସ୍ ଡାକ ବହୁତ ପସନ୍ଦ ଏପରିକି ତାଙ୍କ ଭଇ ମଧ୍ୟ ତାଙ୍କୁ ବସ୍ ଡାକନ୍ତି।
ଏହାରି ଭିତରେ ତାଙ୍କ ଏକ୍ସ ବୟପ୍ରେଣ୍ଡଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ତାନ୍ୟା ମିତଲଙ୍କ ଗୁମର କହିଛନ୍ତି ତାଙ୍କ ପୁରୁଷ ବନ୍ଧୁ। ସେ କହିଛନ୍ତି ତାନ୍ୟା ଜଣେ ଫେକ୍ ମଣିଷ। ତାଙ୍କୁ ଲୋକଦେଖାଣିଆ ବହୁତ ପସନ୍ଦ।
ତାନ୍ୟାଙ୍କ ଏକ୍ସ ବୟପ୍ରେଣ୍ଡ ଏବଂ କଣ୍ଟେଂଟ କ୍ରିୟଟର ବଲରାଜ ସିଂହ ତାଙ୍କ ଏଭଳି ହାଇମେଣ୍ଟେନ୍ ଲାଇଫକୁ ଫେକ୍ କହିଛନ୍ତିି। ବଲରାଜ ତାଙ୍କ ୟୁଟ୍ୟୁବ ଭିଡିଓରେ କହିଛନ୍ତି ଆମ ବନ୍ଧୁତା ଏଥିପାଇଁ ଚାଲିଲାନି କେବଳ ତୁମେ ଫେକ୍ ଥିଲ।
ତୁମେ କେଉଁଥିରେ ସନ୍ତୁଷ୍ଟ ହୁଏନି, ଆଜି ମନ କରିବ ତାଙ୍କୁ ବନ୍ଧୁ କରିବ ଆଜି ମନ କଲେ ତାକୁ ଗାଳି ଦେଇ ଆଡେଇ ଦେବ।
ଏହା ସହ ବଲରାଜ କହିଛନ୍ତି ତାନ୍ୟା ପ୍ଲାଷ୍ଟିକ୍ ବୋତଲରେ ମଧ୍ୟ ପାଣି ପିଅନ୍ତି। ଏବଂ ଗ୍ଲାସରେ ମଧ୍ୟ ପିଅନ୍ତି। ଯାହା ସବୁ ଫୁଟାଣି ମାରି ଆଗରୁ କହିଛନ୍ତିି ଅପେକ୍ଷା କର ସତ ସାମ୍ନାକୁ ଆସିବ।
ଏହା ସହ ବଲରାଜ ତାଙ୍କୁ ଆକ୍ଷେପ କରି କହିଛନ୍ତି ଯଦି ଗେମ୍ରେ ଆଗକୁ ବଢ଼ିବାର ଅଛି ତେବେ ତାଙ୍କୁ ଫେକ୍ ପସର୍ନାଲିଟି ଛାଡ଼ି ଅସଲି ପସର୍ନାଲିଟିରେ ଖେଳିବାକୁ ହେବ।