fbpx

ଟ୍ୟାପ୍ ପାଣିରେ ମୁହଁ ଧୋଇବାରୁ ଜୀବନ ଚାଲିଗଲା! ଆପଣଙ୍କ ସହ ବି ଏମିତି ହୋଇପାରେ, ସତର୍କ ହୁଅନ୍ତୁ

ନୂଆଦିଲ୍ଲୀ: ଦିନକୁ ଦିନ ଆମ ଚାରିପାଖର ପରିବେଶ ବେଳକୁ ବେଳ ଖରାପ ଆଡ଼କୁ ଗତି କରୁଛି । ଜଳ, ବାୟୁ ସବୁ ପ୍ରଦୂଷିତ ହେବା ସହ ମଣିଷ ପାଇଁ ତାହା ଅନେକ ଭୟଙ୍କର ରୋଗ ସୃଷ୍ଟି କରୁଛି । ତେବେ ସାଧାରଣ ଭାବେ ଆମେମାନେ ବ୍ୟବହାର କରୁଥିବା ଟ୍ୟାପ୍ ପାଣିକୁ ନେଇ ହୁଏତ କେହି କିଛି ଭାବି ନଥିବେ, ମାତ୍ର ଏହା ଆପଣଙ୍କର ଜୀବନ ନେଇପାରେ । ସମୟ ଏପରି ଥିଲା ଲୋକମାନେ ନଦୀ, ନାଳର ପାଣିକୁ ଦୈନନ୍ଦିନ ଜୀବନର ପ୍ରତ୍ୟେକ କାର୍ଯ୍ୟ ପାଇଁ ବ୍ୟବହାର କରୁଥିଲେ । ମାତ୍ର ଆଜି ସମୟ ବଦଳି ଯାଇଛି । ଆଜି ଘରେ ଘରେ, ପ୍ରତ୍ୟେକ ଗାଁ, ସହରରେ ଖାଲି ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ।

ନିକଟରେ ଜଣେ ବ୍ୟକ୍ତି ଟ୍ୟାପ ପାଣିରେ ତାଙ୍କର ମୁହଁ ଧୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତେବେ ନାଇଜେରିଆ ଫାଓଲେରି ଆମୀବା ଉକ୍ତ ବ୍ୟକ୍ତିଙ୍କ ବ୍ରେନକୁ ନଷ୍ଟ କରିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ମୁହଁ ଧୋଇବା ସମୟରେ ଉକ୍ତ ଭୟଙ୍କର ଆମୀବା ନାକ ବାଟ ଦେଇ ବ୍ରେନ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା, ପରବର୍ତ୍ତୀ ସମୟରେ ବ୍ରେନର ବିଭିନ୍ନ କୋଷିକାକୁ କାଟି ଖାଇ ଦେଇଥିଲା । ପରିଣାମ ସ୍ୱରୂପ ଜଣେ ବ୍ୟକ୍ତି ବଞ୍ଚିବା ଅସମ୍ଭବ

ଚଳିତ ମାସ ପ୍ରଥମ ସପ୍ତାହରେ ଆମେରିକାର ଫ୍ଲୋରିଡ଼ାର ଚାରଲୋଟି ରାଷ୍ଟ୍ରରୁ ଏଭଳି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା । ଯଦିଓ ଭାରତରେ ଏହି ମାମଲା ଏତେ ଭୟଙ୍କର ରୂପ ନେଇନାହିଁ, ତଥାପି ଏନେଇ ଆମେ ସମସ୍ତେ ସତର୍କ ରହିବା ନିହାତି ଜରୁରୀ । ସାଧାରଣ ଭାବେ ଗାଧୋଇବା ସମୟରେ ଏହି ଆମୀବା ମସ୍ତିଷ୍କରେ ପହଞ୍ଚି ଟିସୁ ଓ ଶିରାକୁ କ୍ଷତି କରିଥାଏ । ଏହାର ଚିକିତ୍ସା ପାଇଁ କୌଣସି ପଦ୍ଧତି ବାହାରି ନଥିବାରୁ ବାଧ୍ୟ ହୋଇ ରୋଗୀ ମୃତ୍ୟୁବରଣ କରିଥାଏ । ନଦୀ, ଓଦା ମାଟି, ପାଣିରେ ଏହି ଅତି କ୍ଷୁଦ୍ର ଅମୀବା ବସବାସ କରିଥାଏ ।

ତେବେ ଏହି କେସ ବହୁତ କମ୍ ଆସିଥାଏ, ମାତ୍ର ସଂକ୍ରମିତ ହେବା ପରେ ମୃତ୍ୟୁହାର ଯଥେଷ୍ଟ ଅଧିକ ହୋଇଥାଏ । ପ୍ରତି ୧୦ରୁ କୌଣସି ଜଣେ ବ୍ୟକ୍ତି ଏଥିରେ ବଞ୍ଚି ପାରିଥାଏ । ଏହି ଅମୀବା ଦ୍ରୁତ ଭାବେ ମ୍ୟୁଟେଟ କରିବା ସହିତ କମ ସମୟରେ ନିଜର ରୂପ ପରିବର୍ତ୍ତନ କରିପାରେ । ସଂକ୍ରମିତ ହେବାର ୧୦ ଦିନ ମଧ୍ୟରେ ରୋଗୀ ମୃତ୍ୟୁବରଣ କରିଥାଏ । ଏକସଙ୍ଗେ ଏହା ଅନେକ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି ଡାକ୍ତର ମତ ଦେଇଛନ୍ତି ।

ତେବେ ରିପୋର୍ଟ ମୁତାବକ, ଗତ ୧୯୬୨ରୁ ୨୦୨୧ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୫୪ଟି ଏହି ଆମୀବା ମାମଲା ଦେଖିବାକୁ ମିଳିଛି । ସେଥିମଧ୍ୟରୁ ୯୭ ପ୍ରତିଶତ ରୋଗୀ ମୃତ୍ୟୁବରଣ କରିଥିବା ବେଳେ ମାତ୍ର ୪ ଜଣ ସୁସ୍ଥ ଲାଭ କରିଥିଲେ । ଗତବର୍ଷ ଅକ୍ଟୋବର ମାସରେ ଆମେରିକାର ନେବ୍ରାସ୍କାର ଜଣେ ବାଳକ ନଦୀରେ ଗାଧୋଇବାର ୧୦ ଦିନ ପରେ ଏହି ଅମୀବା କାରଣରୁ ମୃତ୍ୟୁବରଣ କରିଥିଲା । ଉକ୍ତ ବାଳକଟିର ବ୍ରେନରେ ପ୍ରୋଇମେରୀ ଅମୀବିକ ମେନିଙ୍ଗୋଏନ୍ସେଫଲାଇଟିସ (ପାମ) ପଶି ସଂକ୍ରମିତ କରିଥିବା ଜଣାପଡ଼ିଥିଲା ।

ଏହି ଅମୀବା ପ୍ରକୋପରୁ ବର୍ତ୍ତିବା ପାଇଁ ପରିଷ୍କାର ପାଣି ସେବନ, ଗାଧୋଇବା ସମୟରେ ନାକରେ ପାଣି ପଶିବାକୁ ନଦେବା, ଅପରିଷ୍କାର ପାଣିରେ ନ ଗାଧୋଇବା, ପୋଖରୀ, ନଦୀ ପାଣିକୁ ନିୟମିତ ଭାବେ ସଫା କରିବା ନିହାତି ଜରୁରୀ । ଜ୍ୱର ଆସିବା, ବାନ୍ତି ହେବା, କନଫ୍ୟୁଜନ, ମୁଣ୍ଡବ୍ୟଥା ଆଦି ରୋଗର ସାଧାରଣ ଲକ୍ଷଣ ।

Get real time updates directly on you device, subscribe now.