fbpx

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲାଗିଛି ବିବାଦୀୟ ପୋଷ୍ଟର , ୧୦୦ ଲୋକ ନାଁରେ FIR, ୬ ଗିରଫ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବାଦୀୟ ପୋଷ୍ଟର ଲାଗିଛି । ଯାହାକୁ ନେଇ ଏବେ ବିବାଦ ଉପୁଜିଛି। ଦିଲ୍ଲୀ ପୋଲିସ ଅନେକ ପୋଷ୍ଟର ଜବତ କରିବା ସହ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ତେବେ କିଏ ଏହି ପୋଷ୍ଟର ଲଗାଇବା ନେଇ ବଡ ପ୍ରଶ୍ନ ଉଠିଥିବା ବେଳେ ଦିଲ୍ଲୀରେ ଏହି ବିବାଦୀୟ ପୋଷ୍ଟର ଲଗାଇବା ପାଇଁ ଆମ୍ ଆଦମୀ ପାର୍ଟିର ନାମ ମଧ୍ୟ ଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ବିବାଦୀୟ ପୋଷ୍ଟର ଲଗାଇବା ପାଇଁ ବିଭିନ୍ନ ପୋଲିସ ଷ୍ଟେସନରେ ମାନହାନି ଆଇନ ଅନୁଯାୟୀ ପ୍ରାୟ ୧୦୦ଟି ଏଫଆଇଆର ପଞ୍ଜୀକୃତ ହୋଇଛି ।
ସ୍ୱତନ୍ତ୍ର ସିପି ଦୀପେନ୍ଦ୍ର ପଠକ କହିଛନ୍ତି ଯେ ଦିଲ୍ଲୀ ପୋଲିସ ଏ ବାବଦରେ ୧୦୦ ଟି ଏଫ୍ଆଇଆର୍ ପଞ୍ଜୀକୃତ କରିଛି। ସମଗ୍ର ସହରରେ ପିଏମ ମୋଦୀଙ୍କ ବିବାଦୀୟ ପୋଷ୍ଟର ଲଗାଇବା ଘଟଣାରେ ଏପର‌୍ୟ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ଏହି ପୋଷ୍ଟରଗୁଡ଼ିକର ପ୍ରିଣ୍ଟିଂ ପ୍ରେସର ସବିଶେଷ ତଥ୍ୟ ନାହିଁ । ଏହି ମାମଲାରେ ପ୍ରିଣ୍ଟିଂ ପ୍ରେସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁଯାୟୀ , ଆମ୍ ଆଦମୀ ପାର୍ଟି କାର‌୍ୟ୍ୟାଳୟରୁ ବାହାରିବା ଏକ ଭ୍ୟାନ୍ ବାଟରେ ଅଟକାଯାଇଥିଲା, ଭ୍ୟାନ୍ ମଧ୍ୟରୁ କେତେକ ପୋଷ୍ଟର ବଣ୍ଡଲ ଜବତ କରାଯାଇଛି ଏବଂ ଗାଡି ଚାଳକକୁ ମଧ୍ୟ ଗିରଫ କରାଯାଇଛି। ଏହି ସମସ୍ତ ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସର ନାମ ଲେଖାଯାଇ ନାହିଁ । ଆଇପି ଇଷ୍ଟେଟ୍ ପୋଲିସ୍ ଷ୍ଟେସନରେ ପୋଷ୍ଟ ହୋଇଥିବା ହେଡ୍ କନଷ୍ଟେବଳ ଅମିତାଭ ମୀନା ଜଣେ ପୋଷ୍ଟର ଲଗାଉଥିବା ବ୍ୟକ୍ତିଙ୍କୁ ଧରିଥିଲେ। ସେ ପପୁ କୁମାର ମେହେଟ୍ଟା ବୋଲି ଜଣାପଡିଛି। ତାଙ୍କ ଇକୋ ଭ୍ୟାନ୍ ରେ ୩୮ ଟି ବଣ୍ଡଲ୍ ପୋଷ୍ଟର ମଧ୍ୟ ମିଳିଥିଲା । ତେବେ ପୋଲିସ ଏହାର ଅନୁସନ୍ଧାନ କରୁଛି।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପୋଷ୍ଟର ଲଗାଇବା ପ୍ରସଙ୍ଗରେ ଏକ ପ୍ରମୁଖ ରାଜନୈତିକ ଦଳର କର୍ମୀଙ୍କ ନାମ ସାମ୍ନାକୁ ଆସିଛି। ମାର୍ଚ୍ଚ ୧୭ ରେ, ଏହି ପୋଷ୍ଟର ଛାପିବା ପାଇଁ ନାରାୟଣର ପ୍ରିଣ୍ଟିଂ ପ୍ରେସକୁ ୫୦,୦୦୦ ଟଙ୍କା ଦିଆଯାଇଥିଲା। ଏହି ସମସ୍ତ ପୋଷ୍ଟର ପ୍ରସ୍ତୁତ ହେବା ପରେ ସେମାନେ ଡିଡିୟୁ ମାର୍ଗରେ ଏକ ରାଜ ନୈତିକ ପାର୍ଟି ଅଫିସରେ ପହଞ୍ଚିଥିଲେ । ତା’ପରେ ମାର୍ଚ୍ଚ ୧୯ ର ରାତିରେ ବିଭିନ୍ନ ଲୋକଙ୍କୁ ସେଠାରେ ପେଷ୍ଟ କରିବାକୁ ଦିଆଯାଇଥିଲା । ମାର୍ଚ୍ଚ ୨୦ ସକାଳ ପର‌୍ୟ୍ୟନ୍ତ ଏହି କାର‌୍ୟ୍ୟ ଚାଲିଥିଲା ।

 

Get real time updates directly on you device, subscribe now.