fbpx

ମୁଁ ଏବେ ବି ସୁମିତଙ୍କୁ ଭଲ ପାଉଛି, ସେ ମୋ ପାଖକୁ ଫେରିଆସନ୍ତୁ: ତପସ୍ୱିନୀ କାନ୍ଦି କାନ୍ଦି କ’ଣ କହୁଛନ୍ତି ଦେଖନ୍ତୁ VIDEO

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଘଟଣା ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ମାମଲାର ଅନ୍ତ ଘଟୁନାହିଁ । ଦିନକୁ ଦିନ ନୂଆ ନୂଆ ଅଡ଼ୁଆ ସୁତାର ଖିଅ ଲମ୍ବିବାରେ ଲାଗିଛି । ଗୋଟିଏ ପଟେ ସୁମିତ ଏକ ଅଜଣାସ୍ଥାନରେ ରହି ଅଡିଓ ଜାରି ତାଙ୍କ ସ୍ତ୍ରୀଙ୍କୁ ଦୋଷାରୋପ କରୁଛନ୍ତି । ଅନ୍ୟପଟେ ତପସ୍ୱିନୀ ଭିଡିଓ ମାଧ୍ୟମରେ ନିଜ ଦୁଃଖ ବ୍ୟକ୍ତ କରି ତାଙ୍କ ସ୍ୱାମୀଙ୍କୁ ଦୋଷାରୋପ କରୁଛନ୍ତି । ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଚାଲିଥିବା ବେଳେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘର ଗେଟ ଭିତରେ ଧାରଣାରେ ବସିଛନ୍ତି ଓ ସୁମିତ ଦିନକୁ ଦିନ ନିଜର ଛୁଟି ବଢ଼ାଇ ଚାଲିଛନ୍ତି ।

ତେବେ ଏପରିସ୍ଥଳେ ତପସ୍ୱିନୀ ପୁଣି ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ ସେ କାନ୍ଦି କାନ୍ଦି ନିଜର ଦୁଃଖ ବ୍ୟକ୍ତ କରିବା ସହ ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି । ତପସ୍ୱିନୀ ଭିଡିଓରେ କହିଛନ୍ତି ଯେ, ମୁଁ ଖୁସିରେ ରହିବା ପାଇଁ ସୁମିତଙ୍କୁ ଭଲ ପାଇଁ ବିବାହ କରିଥିଲି, ମାତ୍ର ସେପରି କିଛି ହେଲା ନାହିଁ । ମୋର ସବୁଠାରୁ ବଡ଼ ଦୁଃଖ ଏଇଆ ଯେ, ମୋର ସ୍ୱାମୀ ହିଁ ମୋତେ ବର୍ବାଦ କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ଗୋଟେ ସାଧାସିଧା ଝିଅ ଥିଲି । ମୋତେ ଅନେକ ଲୋକ ଶ୍ୱଶୁର ଘର ବାରଣ୍ଡାରୁ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି । ଆଉ କିଛି ଲୋକ ମୋତେ ହତ୍ୟା ଧମକ ଦେଉଛନ୍ତି । କିଛି ଲୋକ ମୋତେ ବିରୋଧ କରୁଥିବା ବେଳେ ଆଉ କିଛି ଲୋକ ସାହାଯ୍ୟ କରୁଛନ୍ତି । ମୁଁ ସୁମିତଙ୍କୁ ଚାହେଁ, ସେ ମୋ ପାଖକୁ ଫେରିଆସନ୍ତୁ ।

Get real time updates directly on you device, subscribe now.