ଆପତ୍ତିଜନକ ମନ୍ତବ୍ୟ ଦେଇ, Youtuber ତପି ମିଶ୍ର ଗିରଫ

ଭୁବନେଶ୍ୱର: ୟୁଟ୍ୟୁବର ତପି ମିଶ୍ର ଗିରଫ । ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗିରଫ ।

ଗିରଫ କଲା ଇନଫୋସିଟି ଥାନା ପୋଲିସ । ତପି ଟକ୍ସ ନାମରେ ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି ।

ଏହି ଚ୍ୟାନେଲରେ ସେ ସେଲିବ୍ରିଟିମାନଙ୍କୁ ଡକେଇ ତାଙ୍କ ଇଣ୍ଟରଭ୍ୟୁ ନେଉଥିଲେ ।

ସେନାରେ ୧୫ ବର୍ଷ କାମ କରିବା ପରେ ଅବସର ନେଇ ଘରକୁ ଫେରିଥିଲେ ତପି । ବାଲେଶ୍ୱରରେ ତାଙ୍କ ଘର ।

ପିଲାଟିବେଳୁ ଅଭିନୟରେ ତାଙ୍କର ରୁଚି ଥିଲା । ହେଲେ ଆକ୍ଟିଂ କରିବାକୁ ତାଙ୍କୁ ସୁଯୋଗ ମିଳି ନ ଥିଲା । କିନ୍ତୁ ଚାକିରି ସାରି ପୁଣି ଘରକୁ ଫେରିବା ପରେ ତପି ଫିଲ୍ମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଲା ବଜରଙ୍ଗୀ ।