ବ୍ରହ୍ମପୁର,୭ା୬: ବ୍ରହ୍ମପୁର ADJ-୩ କୋର୍ଟରେ ଶନିବାର ହାଜର ହୋଇଛନ୍ତି ଜୟପୁର ତଥା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।
୨୦୧୬ର ଏକ ଦେଶୀ ମଦ ଭାଟି ଭଙ୍ଗା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । ତାରାଙ୍କ ନିର୍ଦ୍ଦେଶରେ ଦେଶୀ ମଦ ଭାଟି ଭଙ୍ଗା ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା। ମୋଟ ୨୪ ଜଣଙ୍କ ନାଁରେ ମାମଲା ହୋଇଥିଲା। ବ୍ରହ୍ମପୁର ADJ-୩ ବିଧାୟକ ଓ ସାଂସଦଙ୍କ ପାଇଁ ଥିବାରୁ ହାଜର ହୋଇଛନ୍ତି ତାରା। ଜୁଲାଇ ୧ରୁ ବିଚାର ଆରମ୍ଭ ହେବ ବୋଲି କହିଛନ୍ତି ତାରାଙ୍କ ଓକିଲ ।