fbpx

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର: କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଏସିଏସଙ୍କ ଚିଠି । ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଏସିଏସଙ୍କ ଚିଠି । ସବୁ ମେଡିକାଲ କଲେଜ କର୍ତ୍ତୃପକ୍ଷ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଏସିଏସ । ସ୍ଥିତି ତଦାରଖ ପାଇଁ ଟାସ୍କ ଫୋର୍ସ ଗଠନ କରିବାକୁ ଚିଠିରେ ନିର୍ଦ୍ଦେଶ ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହେବ ଟାସ୍କଫୋର୍ସ । ସିଡିଏମଓ ଏବଂ ପିଏଚଓ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଟାସ୍କଫୋର୍ସରେ ରହିବେ । ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ, ଜଣେ ଆନାସ୍ଥେସିଆ ବିଶେଷଜ୍ଞ ମଧ୍ୟ ଟାସ୍କଫୋର୍ସରେ ସାମିଲ ହେବେ । ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କର ତାଲିକା ତଥା ସେମାନଙ୍କର ସ୍ୱାବ୍ ସଂଗ୍ରହ ହେବ । କରୋନା ଟେଷ୍ଟ ପାଇଁ ସବୁ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା କରାଯିବ । ସଂକ୍ରମିତ ଶିଶୁଙ୍କ କୋଭିଡ୍ ପରିଚାଳନା ପାଇଁ ୫୦% ଆଇସିୟୁ ବେଡ୍ ରହିବ । ପରିଚାଳନା ନେଇ ଟାସ୍କଫୋର୍ସରେ ନିୟମିତ ବୈଠକ କରିବ ।

Get real time updates directly on you device, subscribe now.