fbpx

Tata Group ଲଞ୍ଚ କଲା ଭାରତର ପ୍ରଥମ ସୁପର ଆପ୍ Tata Neu: ଗୋଟିଏ ପ୍ଲାଟଫର୍ମରେ ମିଳିବ ଗ୍ରୋସରୀ, ହୋଟେଲ, ଏୟାର ଟିକେଟ ବୁକିଂ, ମେଡିସିନ୍ ଆଦି ସମସ୍ତ ସେବା

ନୂଆଦିଲ୍ଲୀ: ଗତ ୭ ତାରିଖ ଦିନ ଟାଟା ଗ୍ରୁପ ପକ୍ଷରୁ ଭାରତର ପ୍ରଥମ ସୁପର ଆପ ଟାଟା ନ୍ୟୁ ଲଞ୍ଚ କରଯାଇଛି । ଏହି ଆପ ମାଧ୍ୟମରେ ଆପଣମାନେ ଗୋଟିଏ ପ୍ଲାଟଫର୍ମରେ ଗ୍ରୋସରୀ, ହୋଟେଲ, ଏୟାରଲାଇନ ଟିକେଟ ବୁକିଂ, ମେଡିସିନ ଆଦି ସମସ୍ତ ସେବା ପାଇପାରିବେ । ଟାଟା ନ୍ୟୁ ଆଗାମୀ ଦିନରେ ଡିଜିଟାଲ ପ୍ଲାଟଫର୍ମରେ ଆମାଜନ ଓ ଫ୍ଲିପକର୍ଟ ସହିତ ପ୍ରତିଯୋଗିତା କରିବ । ଏନେଇ ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ କହିଛନ୍ତି ଯେ, ପୁରୁଣା ଗ୍ରାହକମାନଙ୍କୁ ଟାଟା ନ୍ୟୁ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଏକତ୍ରିତ କରିବ ।

ସେ ପୁଣି କହିଛନ୍ତି ଯେ, ଟାଟା ଗ୍ରୁପର ସମସ୍ତ ନିର୍ଭରଯୋଗ୍ୟ ବ୍ରାଣ୍ଡଗୁଡ଼ିକ ଖୁବଶୀଘ୍ର ଟାଟା ନ୍ୟୁ ସହିତ ଯୋଡ଼ିହେବେ । ସେହି ବ୍ରାଣ୍ଡଗୁଡ଼ିକ ମଧ୍ୟରେ ରହିଛନ୍ତି ଏୟାର ଏସିଆ, ବିଗବାସ୍କେଟ, କ୍ରୋମା, ଆଇଏଚସିଏଲ, କ୍ୟୁମିନ, ଷ୍ଟାରବକସ, ଟାଟା ୧ଏମଜି, ଟାଟା ସିଏଲଆକ୍ୟୁ, ଟାଟା ପ୍ଲେ, ୱେଷ୍ଟସାଇଡ, ଭିସ୍ତାରା, ଏୟାର ଇଣ୍ଡିଆ, ଟାଇଟନ, ତନିସ୍କ, ଟାଟା ମୋଟର୍ସ ।

ଟାଟା ନ୍ୟୁ ହେଉଛି ଏକ ଆକର୍ଷଣୀୟ ତଥା ଉତ୍ସାହଜନକ ପ୍ଲାଟଫର୍ମ ଯେଉଁଥିରେ କି ଟାଟା ଗ୍ରୁପର ସମସ୍ତ ବ୍ରାଣ୍ଡ ଗାଟିଏ ଶକ୍ତିଶାଳୀ ଆପରେ ଉପଲବ୍ଧ ହେବ । ଟାଟା ୱାର୍ଲ୍ଡର ଆକର୍ଷଣୀୟ ବିଶ୍ୱକୁ ଆବିଷ୍କାର କରାଇବାରେ ଏହି ଆପ୍ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଶ୍ରୀ ଚନ୍ଦ୍ରଶେଖରନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଲିଙ୍କଡଇନ ପୋଷ୍ଟରେ ଲେଖିଛନ୍ତି ।

Get real time updates directly on you device, subscribe now.