fbpx

ନୂଆବର୍ଷରେ ଗ୍ରାହକଙ୍କୁ ଝଟକା! ମହଙ୍ଗା ହେବ Tata Motors ଓ Ducati ଯାନ

ନୂଆଦିଲ୍ଲୀ: ଯଦି ଆପଣ ୨୦୨୨ରେ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ତେବେ ଦେଶର ପ୍ରମୁଖ କମ୍ପାନୀ ଟାଟା ମୋଟର୍ସ ଆସନ୍ତା ମାସରୁ ଯାତ୍ରୀବାହୀ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । କଞ୍ଚାମାଲ ମୂଲ୍ୟର ପ୍ରଭାବରୁ ଦୂର କରିବା ପାଇଁ ଜାନୁଆରୀରୁ କମ୍ପାନୀ ଏହାର ସମସ୍ତ ଯାତ୍ରୀବାହୀ ଯାନର ମୂଲ୍ୟ ବୃଦ୍ଧି କରିବ ବୋଲି କମ୍ପାନୀ ଶୁକ୍ରବାର ଦିନ କହିଛି ।

ଟାଟା ମୋଟର୍ସର ପ୍ୟାସେଞ୍ଜର ହ୍ୱିକଲ୍ସ ବିଜନେସ୍ ୟୁନିଟର ସଭାପତି ଶୈଲେଶ ଚନ୍ଦ୍ର କହିଛନ୍ତି, ‘କଞ୍ଚାମାଲ ଜିନିଷ ସହିତ ଅନ୍ୟ ଜିନିଷଗୁଡିର ମୂଲ୍ୟ ଲାଗତାର ଭାବେ ବଢ଼ିବାରେ ଲାଗିଛି । ବଢ଼ୁଥିଥିବା ମୂଲ୍ୟର ପ୍ରଭାବକୁ ଦୂର କରିବା ପାଇଇଁ କମ୍ପାନୀ ଜାନୁଆରୀ ୨୦୨୨ରୁ ଯାତ୍ରୀବାହୀ ଯାନଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ପଡିବ ।’

Ducati slashes prices for CBU offerings | Autocar India

ଅନ୍ୟପଟେ ମହଙ୍ଗା ମୋଟରସାଇକେଲ ତିଆରି କରୁଥିବା Ducati ମଧ୍ୟ ଆସନ୍ତା ମାସରୁ ଗାଡିର ମୂଲ୍ୟ ବୃଦ୍ଧି କରିବ ବୋଲି କହିଛି । କମ୍ପାନୀ କହିଛି ଯେ, ମୋଟରସାଇକେଲର ସମସ୍ତ ପ୍ରକାରର ମଡେଲର ମୂଲ୍ୟ ୧ ଜାନୁୟାରୀ ୨୦୨୨ ରୁ ବୃଦ୍ଧି କରାଯିବ । ସଂଶୋଧିତ ମୂଲ୍ୟ ସମସ୍ତ ମଡେଲ ଉପରେ ଲାଗୁ ହେବ ବୋଲି ଏଥିରେ କୁହାଯାଇଛି ।

Get real time updates directly on you device, subscribe now.