TATA Tea ପିଉଛନ୍ତି! କମ୍ପାନୀ ବଢାଇବାକୁ ଯାଉଛି ମୂଲ୍ୟ, ହେବେ ଖର୍ଚ୍ଚାନ୍ତ

ନୂଆଦିଲ୍ଲୀ: ଆପଣ ଜଣେ ଚା ପ୍ରେମୀ କି? ତେବେ ଆପଣଙ୍କ ପାଇଁ ହତାଶ କଲାପରି ଖବର । ଖୁବ ଶୀଘ୍ର ଆପଣଙ୍କ ଚା’ ନିଶା ପାଇଁ ଆପଣଙ୍କ ପକେଟରେ ହେବ ମାଡ । କମ୍ପାନୀ ତାର ଚା ଦର ମହଙ୍ଗା କରିବାକୁ ଯାଉଛି । ଆଉ କିଛି ମାସ ଭିତରେ ଆପଣଙ୍କ ପସନ୍ଦର ଟାଟା ବ୍ରାଣ୍ଡର ଚା ପ୍ୟାକେଟ ଦାମ ବଢିଯିବ । ଏନେଇ ସୂଚନା ଦେଇଛନ୍ତି କମ୍ପାନୀର ଜଣେ ଅଧିକାରୀ ।

ଅଧିକାରୀ କହିଛନ୍ତି କି, କମ୍ପାନୀ ନିଜ ଲାଭର ସ୍ତରକୁ ବଢାଇବାକୁ ଯାଉଛି, ଯାହା ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ପାଇଁ ପ୍ରବାବିତ ହେଉଛି । ଖବର ଅନୁଯାୟୀ, କମ୍ପାନୀର ପ୍ରବନ୍ଧ ନିର୍ଦ୍ଦେଶକ ସୁନିଲ ଏ ଡିସୁଜା କହିଛନ୍ତି କି, ମୂଳ କମ୍ପାନୀ ଟାଟା କଞ୍ଜୁମର ପ୍ରଡକ୍ଟର ଦର ବୃଦ୍ଧି କରିବାର ସମ୍ଭବନା ରହିଛି, ଯାହା ସହରାଞ୍ଚଳରେ ବନ୍ୟା, ଗ୍ରାମୀଣ ଅର୍ଥବ୍ୟବସ୍ଥାର ମାନ୍ଦାବସ୍ଥା ଓ ବିକାଶରେ ଶୀଥିଳତା ପାଇଁ ପ୍ରଭାବିତ ହୋଇଥିଲା । ରାଜସ୍ୱରେ ୧୧ ପ୍ରତିଶତ ବୃଦ୍ଧି ସତ୍ତେ୍ୱ ଜୁଲାଇ- ସେପ୍ଟେମ୍ବର ମାସରେ ଲାଭରେ ଏକ ପ୍ରତିଶତର ବୃଦ୍ଧି ରେକର୍ଡ କରୁଥିବା କମ୍ପାନୀକୁ ଲାଗୁଛି କି, ଯୋଗାଣରେ ବ୍ୟବଧାନ ପାଇଁ ଚଳିତ ବର୍ଷ ଚା ମୂଲ୍ୟ ୨୫ ପ୍ରତିଶତ ଅଧିକ ବଢିଛି ।

ଟାଟ ଟି, ଦେଶର ଚା ବଜାରରେ ୨୮ ପ୍ରତିଶତର ଅଂଶିଦାରୀ ରଖୁଛି ଓ ହିନ୍ଦୁସ୍ତାନ ୟୁନିଲିଭର ସହ ପ୍ରତିଯୋଗିତା କରୁଛି । ଦର ବୃଦ୍ଧି ନେଇ ଡିସୁଲବା କହିଛନ୍ତି କି, ଚା ଉତ୍ପାଦନରେ ୨୦ ପ୍ରତିଶତ ହ୍ରାସ ଘଟିଛି ଓ ଏହା ବ୍ୟତୀତ ଯୋଗାଣରେ ବୃଦ୍ଧି ହୋଇଛି । ଏହା ବ୍ୟତୀତ ଚା ବୋର୍ଡ ଡିସେମ୍ବର ବଦଳରେ ନଭେମ୍ବର ମଧ୍ୟ ଭାଗରୁ ଚା ପତ୍ର ତୋଳିବା କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଯୋଗାଣ ଅଧିକ ପ୍ରବାବିତ ହେବ ।