fbpx

ଅଯୋଧ୍ୟାରେ ୬୫୦ କୋଟି ଟଙ୍କାର ନିବେଶ କରିବ ଟାଟା ଗ୍ରୁପ, ନିର୍ମାଣ ହେବ ମନ୍ଦିରର ଭବ୍ୟ ସଂଗ୍ରହାଳୟ

Advertisement

ନୂଆଦିଲ୍ଲୀ: ଟାଟା ଗ୍ରୁପ ଉତ୍ତର ପ୍ରଦେଶର ଅଯୋଧ୍ୟା ସହରରେ ମନ୍ଦିରମାନଙ୍କର ସଂଗ୍ରହାଳୟ (ମ୍ୟୁଜିୟମ ଅଫ ଟେମ୍ପଲ୍ସ) ନିର୍ମାଣ କରିବାକୁ ଯାଉଛି । ଏହି ମ୍ୟୁଜିୟମ ୬୫୦ କୋଟି ଟଙ୍କାରେ ନିର୍ମାଣ ହେବ । ଏହାର ପ୍ରସ୍ତାବକୁ ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀମଣ୍ଡଳ ମଙ୍ଗଳବାର ଦିନ ମଞ୍ଜୁରୀ ଦେଇଛି ।

ଉତ୍ତର ପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ କହିଛନ୍ତି ଯେ, ଟାଟା ଗ୍ରୁପକୁ ମ୍ୟୁଜିୟମ ଅଫ ଟେମ୍ପଲ୍ସ ପାଇଁ ୧ ଟଙ୍କାର ଟୋକନ ଆମାଉଣ୍ଟରେ ୯୦ ବର୍ଷ ପାଇଁ ଜମିକୁ ଲିଜରେ ଦିଆଯିବ । ଏହି ସଂଗ୍ରହାଳୟ ଅତ୍ୟାଧୁନିକ ହେବ ଏବଂ ଏହାକୁ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ନିର୍ମାଣ କରାଯିବ । ମ୍ୟୁଜିୟମରେ ଭାରତର ପ୍ରସିଦ୍ଧ ମନ୍ଦିରମାନଙ୍କ ସ୍ଥାପତ୍ୟ ଇତିହାସକୁ ପ୍ରଦର୍ଶୀତ କରାଯିବ ।

ଟାଟ ଗ୍ରୁପ ଏହି ମ୍ୟୁଜିୟମ ନିଜେ ନିର୍ମାଣ କରିବ । ମନ୍ଦିରର ଏହି ସଂଗ୍ରାହଳୟକୁ ନିର୍ମାଣ କରିବା ପାଇଁ ଟାଟା ଗ୍ରୁପ ୬୫୦ କୋଟି ଟଙ୍କାର ନିବେଶ କରିବ । ଏହି ନିବେଶ ସିଏସଆର ଅର୍ଥାତ କର୍ପୋରେଟ ସୋସିଆଲ ରେସପନ୍ସସିବିଲିଟୀ ଅନୁଯାୟୀ କରାଯିବ । ରାଜ୍ୟ ସରକାର କହିଛନ୍ତି ଯେ, ଟାଟା ଗ୍ରୁପ ଅଯୋଧ୍ୟାରେ ଏହି ସଂଗ୍ରହାଳୟକୁ ନିର୍ମାଣ କରିବାର ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ମାର୍ଫତରେ ପଠାଇଥିଲେ ।

Get real time updates directly on you device, subscribe now.