ନୂଆବର୍ଷରେ ନବୀନଙ୍କୁ ତେରଛା ବାଣ ମାରିଲେ ତଥାଗତ, ‘ଓଡ଼ିଆ ଲୋକେ ଏତେ ବୋକା ନୁହନ୍ତି, ଅଣ୍ଡରଏଷ୍ଟିମେଟ କରନ୍ତୁ ନାହିଁ’

ଭୁବନେଶ୍ବର: ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କଲେ ତଥାଗତ ସତପଥୀ । ବିଜେଡି କାହିଁକି ହାରିଲା ଆଜି ସେନେଇ ଏକ ସମ୍ପାଦକୀୟ ଲେଖିଛନ୍ତି । ଯାହାକି ନୂଆବର୍ଷରେ ଚର୍ଚ୍ଚାର ବିଷୟ ସାଜିଛି । ପରାଜୟ ପାଇଁ ସମସ୍ତେ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ବଳେ ସେ କହିଛନ୍ତି ପରାଜୟ ପାଇଁ ପାଣ୍ଡିଆନ କି ଭାଜପା ନୁହେଁ, କେବଳ ନବୀନ ପଟ୍ଟନାୟକ ହିଁ ଦାୟୀ । ପ୍ରଶାସନିକ ବ୍ୟବସ୍ଥାରେ IAS ଅବସର ପରେ ଜନ୍ମସ୍ଥାନକୁ ଫେରିଯାନ୍ତି । କିନ୍ତୁ ପାଣ୍ଡିଆନ କଣ କରିଛନ୍ତି ।

ନବୀନ ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ଓଡିଆଙ୍କୁ ତାଚ୍ଛଲ୍ୟ କରିଛକନ୍ତି । ନବୀନ ଭାବିଥିଲେ ସେ ଯାହାକୁ ଛିଡ଼ା କରିଦେବେ ସେ ଜିତିଯିବ । ନବୀନ ଓଡ଼ିଶାକୁ ନିଜର ଜାଗିର ଧରିନେଇଥିଲେ । ଭାଜପା ସମର୍ଥନରେ ୨୦୦୯ ପର୍ଯ୍ୟନ୍ତ ବିଜେଡି କ୍ଷମତା ରଖି ପାରିଥିଲା । ପ୍ୟାରୀ ପକାଇଥିବା ଭିତ୍ତିଭୂମି ଯୋଗୁଁ ବିଜେଡି ଏକାକୀ ୨୦୦୯ ନିର୍ବାଚନ ଜିତିଥିଲା । ପ୍ୟାରୀଙ୍କ ଭଳି ଦଳର ଅନେକ ସଦସ୍ୟଙ୍କ ଯୋଗୁଁ ବିଜେଡି ୨୪ ବର୍ଷ ତିଷ୍ଠିଲା । ୨୦୧୯ ପରେ ପାଗଳାମି ଆରମ୍ଭ ହୋଇଥିଲା, ଯଦି ନବୀନଙ୍କ ପାଇଁ ବିଜେଡି ୫ ଥର ଜିତିଥିଲା ତେବେ ଷଷ୍ଠ ଥର ପରାଜୟ ପାଇଁ ବି ସେ ହିଁ ଦାୟୀ । ତେବେ ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ତେରଚ୍ଛାବାଣ ମାରିଛନ୍ତି ନବୀନ ପଟ୍ଟନାୟକ ।