fbpx
BSKY SKY
BSKY SKY

ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ତଉକ୍ତେ’

BSKY

ନୂଆଦିଲ୍ଲୀ, ୧୭ା୫: ଆଜି ଲ୍ୟାଣ୍ଡଫଲ୍ କରିବ ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ । ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଭିତରେ ଏହା ଉପକୂଳ ଛୁଇଁବ । ଏହି ଭୟଙ୍କର ତୋଫାନ୍ ଆଜି ଗୁଜରାଟ ଉପକୂଳ ସ୍ପର୍ଶ କରିବ । ସନ୍ଧ୍ୟା ୬ଟା ଭିତରେ ‘ତଉକ୍ତେ’ ଗୁଜୁରାଟର ପୋରବନ୍ଦର ଓ ମହୁବା ଦେଇ ଅତିକ୍ରମ କରିବ ବୋଲି ଜଣାପଡ଼ିଛି । ତେବେ ‘ତଉକ୍ତେ’ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୫ କିମିରୁ ୧୬୫ କିମି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏପରିକି ଏହି ତୋଫାନର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିମି ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ‘ତଉକ୍ତେ’ ନିଜର ପରାକ୍ରମ ଦେଖାଇ ସାରିଛି । ଏହାର ପ୍ରଭାବରେ ୮ ଜଣ ଲୋକଙ୍କ ଜୀବନ ହାନୀ ହେବା ସହ ଶହ ଶହ ଘର ଓ ଗଛଲତା ନଷ୍ଟ ହୋଇଯାଇଛି । ତେଣୁ ଏହି ତୋଫାନକୁ ନେଇ ଲୋକମାନେ ଆଶଙ୍କା ମଧ୍ୟରେ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.