fbpx

‘କଜରା ମହୋବତ ୱାଲା’ ଗୀତରେ ଛାତ୍ରୀଙ୍କ ସହ ନାଚିଲେ ଶିକ୍ଷକ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ….

ଡ୍ୟାନ୍ସ ପ୍ରତି ଲୋକମାନଙ୍କର ଆଦର ଟିକିଏ ଭିନ୍ନ । ଆଉ ପସନ୍ଦର ଗୀତ ଶୁଣିଲେ କିଛି ଡ୍ୟାନ୍ସ ପ୍ରେମୀ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଗୀତରେ ତାଳେ ତାଳେ ନାଚିବା ଆରମ୍ଭ କରିଦେଇଥାନ୍ତି । କେହି କୌଣସି ଉଚ୍ଚ ପଦବୀରେ ଥାଆନ୍ତୁ ନା କାହିଁକି ଗୀତ ତାଳେ ତାଳେ ନାଚିବା ସମସ୍ତଙ୍କୁ ଭଲ ଲାଗିଥାଏ ।

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ପିଲା ଠୁ ବୁଢା ପର୍ଯ୍ୟନ୍ତ ଅନେକ ନିଜର ଡ୍ୟାନ୍ସ ଭିଡିଓ ସେୟାର କରୁଥିବାର ଆପଣମାନେ ଦେଖୁଥିବେ । ଅପଲୋଡ୍ ହେବାରେ କିଛି ସମୟ ମଧ୍ୟରେ ହିଁ ଏହି ଭିଡିଓ ଭାଇରାଲ ହୋଇ ଯାଇଥାଏ । ନିକଟରେ ସ୍କୁଲ ସହ ଜଡ଼ିତ ଏକ ଡ୍ୟାନ୍ସର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ସ୍କୁଲର ଟିଚର ଛାତ୍ରୀଙ୍କ ସହ କ୍ଲାସରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓରେ ‘କଜରା ମହୋବତ ୱାଲା’ ଗୀତରେ ସ୍କୁଲର ଟିଚର ଓ ଷ୍ଟୁଡେଣ୍ଟ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଡ୍ୟାନ୍ସର ଭଙ୍ଗୀ ଏତେ ନିଆରା ଯେ ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଶିକ୍ଷକ ଏବଂ ପିଲାଙ୍କ ମଧ୍ୟରେ ସମ୍ପର୍କକୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.