fbpx

ବିଲେଇ ପାଇଁ ଚାଲିଗଲା ଶିକ୍ଷକଙ୍କ ଚାକିରି: ଜାଣନ୍ତୁ କାହିଁକି

କରୋନା ସମୟରେ ଆମ ଜୀବନରେ ଇଣ୍ଟରନେଟ୍, ସୋସିଆଲ୍ ମିଡିଆ ଏବଂ ଅନଲାଇନ୍ ସେବାଗୁଡ଼ିକର ଚାହିଦା ବହୁତ ବୃଦ୍ଧି ପାଇଥିଲା । ଏହି କାରଣରୁ, ଅନେକ ସୁବିଧା ପାଇଥିବା ବେଳେ ଅନେକ ଥର କର୍ମଚାରୀଙ୍କୁ ସେମାନଙ୍କ ଅଜାଣତରେ ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡିଛି । ଚାଇନାର ଜଣେ ମହିଳା ଶିକ୍ଷକଙ୍କ ସହ ଏଭଳି କିଛି ଘଟଣା ଘଟିଥିଲା ଯେଉଁଥିପାଇଁ ତାଙ୍କର ଚାକିରି ଚାଲିଯାଇଥିଲା । କରୋନା ମହାମାରୀ ସମୟରେ ସାରା ବିଶ୍ୱରେ ଅନଲାଇନ୍ ଶିକ୍ଷାଦାନର ଧାରା ବହୁତ ବୃଦ୍ଧି ପିଇଥିଲା । ଏହା ଉଭୟ ଶିକ୍ଷକ ଏବଂ ଛାତ୍ରଙ୍କ ପାଇଁ ସୁବିଧାଜନକ ମାଧ୍ୟମ ବୋଲି ସାବ୍ୟସ୍ତ ହୋଇଥିଲା ।

ତେବେ ଅନଲାଇନ୍ କ୍ଲାସ୍ ସମୟରେ ଏମିତି କଣ ଘଟିଲା ଯେଉଁଥିପାଇଁ ଜଣେ ମହିଳା ଶିକ୍ଷକଙ୍କ ଚାକିରି ଚାଲିଗଲା । ଏହି ଘଟଣାଟି ଚାଇନାର ଗୁଆଙ୍ଗଜୋ ସହରରେ ଘଟିଛି । ଏଠାରେ ଲୁଓ ନାମକ ଜଣେ ମହିଳା ଶିକ୍ଷକ ଜୁନ୍ ମାସରେ ତାଙ୍କ ଛାତ୍ରମାନଙ୍କର ଅନଲାଇନ୍ କ୍ଲାସ୍ ନେଉଥିଲେ । ଶିକ୍ଷକ ଲୁଓଙ୍କର ଏକ ପୋଷା ବିଲେଇ ଅଛି । ଦିନେ ଲୁଓଙ୍କ ବିଲେଇ କ୍ଲାସ୍ ସମୟରେ ବାରମ୍ବାର କ୍ୟାମେରା ଆଡକୁ ଡେଇଁପଡୁଥିଲା । ଏହି ଘଟଣା ପରେ ଲୁଓ ଚାକିରିରୁ ବହିଷ୍କୃତ ହୋଇଥିଲେ । କମ୍ପାନୀ କହିଥିଲା ଯେ ଏହା ଶିକ୍ଷକଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ।

ସେ ୧୦ ମିନିଟ୍ ବିଳମ୍ବରେ କ୍ଲାସରେ ଯୋଗ ଦିଅନ୍ତି ଏବଂ ସେ କ୍ଲାସରେ ସଠିକ୍ ଭାବରେ ପଢ଼ାଇ ପାରନ୍ତି ନାହିଁ । ଯାହାକୁ ଦୃଷ୍ଟିରେ ରଖି ତାଙ୍କୁ ଚାକିରୀ ରୁ କାଢି ଦିଆଯାଇଛି । କମ୍ପାନୀର ଏଭଳି ନିଷ୍ପତ୍ତି ବିରୋଧରେ ମହିଳା ଶିକ୍ଷକ ଜଣକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶେଷରେ କମ୍ପାନୀ ତରଫରୁ ମହିଳା ଶିକ୍ଷକ ଲୁଓଙ୍କୁ ୬,୦୦୦ ଡଲାର କ୍ଷତିପୂରଣ ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.