fbpx

ସାତସଞ୍ଜରେ ବୋହିଲା ରକ୍ତର ନଦୀ, ପୁରା ପରିବାରକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ସାତସଞ୍ଜରେ ଘରେ ବୋହିଲା ରକ୍ତର ନଦୀ । ସରକାରୀ ସ୍କୁଲ ଶିକ୍ଷକଙ୍କ ସହିତ ପତ୍ନୀ ଏବଂ 2 ଛୁଆଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ । ଉତ୍ତରପ୍ରଦେଶର ଆମେଠିରୁ ସାମ୍ନାକୁ ଆସିଛି ଏହି ଲୋମଟାଙ୍କୁରା ଘଟଣା । ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ସମସ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଥିବା କୁହାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଶିକ୍ଷକ ଜଣକ ଭଡା ଘରେ ରହୁଥିଲେ । ଏନେଇ ସ୍ଥାନୀୟ ଏସପି କହିଛନ୍ତି, ମୃତକ ସୁନୀଲ କୁମାପ ତାଙ୍କ ପତ୍ନୀ ଏବଂ 2 ଛୁଆ ଭଡାରେ ରହି ଆସୁଥିଲେ । ପିଏମଶ୍ରୀ ବିଦ୍ୟାଳୟରେ ସେ ସହାୟକ ଅଧ୍ୟାପକ ଥିଲେ । ତେବେ ଆଜି ସନ୍ଧ୍ୟାରେ କିଛି ଯୁବକ ତାଙ୍କ ଘରେ ପଶି ଗୁଳିଚାଳନ କରିଥିଲେ । ଫଳରେ ଗୋଟିଏ ପରିବାରର ଜଣକ ପରେ ଜଣେ ଆରପାରିକୁ ଚାଲିଯାଇଥିଲେ । ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଏହି ଘଟଣାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତ୍ବର ନେଇ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏଥିପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ସଠିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଏଭଳି ମର୍ମମ ଭାବେ ହତ୍ୟା କରାଗଲା ସେନେଇ କୌଣସି ସଠିକ ସୂଚନା ମିଳିପାରିନଥିବା ବେଳେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.