୨୯ ତାରିଖରୁ ଆନ୍ଦୋଳନ କରିବେ Teachers’ Association! ଡାକରା ଦେଲେ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି । ଶିକ୍ଷକ ସଂଘ ତରଫରୁ ହୋଇଥିବା ସମସ୍ତ ଦାବି ପୂରଣ ନ ହେଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦିଆଯାଇଛି । ଏହି ଆନ୍ଦୋଳନରେ ପ୍ରାୟ ଦେଢ ଲକ୍ଷ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି । ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ।