fbpx

T20 World Cup-2022 ପୂର୍ବରୁ ବଦଳିବ ଜର୍ସି: ନୂଆ କିଟ୍ ସହିତ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ

ମୁମ୍ବାଇ: ଟି-୨୦ ବିଶ୍ୱକପ ଯେତେ ପାଖେଇ ଆସୁଛି, କ୍ରିକେଟପ୍ରେମୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଉତ୍ସାହ । ଗତକାଲି ବିଶ୍ୱକପ ପାଇଁ ଦଳ ଘୋଷଣା ହୋଇଥିବା ବେଳେ ଆଜି ଆଉ ଏକ ବଡ ଘୋଷଣା କରିଛି ବିସିସିଆଇ । ବିଶ୍ବକପ ପୂର୍ବରୁ ବଦଳିଯିବ ଟିମ ଇଣ୍ଡିଆର କିଟ୍ ସ୍ପନସର । ଅଷ୍ଟ୍ରେଲିଆରେ ବିଶ୍ୱକପ ଖେଳିବା ପୂର୍ବରୁ ମେନ ଇନ ବ୍ଲୁ’ର ଜର୍ସିରେ ହେବ ପରିବର୍ତ୍ତନ । ଏଥିରେ କ୍ରିକେଟ ପ୍ରଶଂସକମାନଙ୍କୁ ସ୍ଥାନ ଦେଇପାରେ ବିସିସିଆଇ । ଏ ନେଇ ବିସିସିଆଇ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛି ।

ଟି-୨୦ ବିଶ୍ୱକପ୍-୨୦୨୨ ପୂର୍ବରୁ ରୋହିତ ଶର୍ମା ଆଣ୍ଡ କମ୍ପାନୀ ପାଇଁ ଖୁବଶୀଘ୍ର ଲଞ୍ଚ ହେବ ନୂଆ ଜର୍ସି । ତେବେ ବିସିସିଆଇର ଏହି ଭିଡିଓରେ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶ୍ରେୟସ ଅୟରଙ୍କୁ ଦେଖିବାକୁ ମିଳିଛି । ଟିମ ଇଣ୍ଡିଆର କିଟ୍ ପ୍ରଯୋଜକ MPLର ୱେବସାଇଟକୁ ଯାଇ ମନ୍ତବ୍ୟ ଦେବା ପାଇଁ ଫ୍ୟାନ୍ସମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି ରୋହିତ ଆଣ୍ଡ କୋ. ।

ଗତବର୍ଷ ଟି-୨୦ ବିଶ୍ୱକପ ସମୟରେ ମଧ୍ୟ ଭାରତ ନିଜ ଜର୍ସି ବଦଳାଇଥିଲା । ଏଥିରେ କ୍ରିକେଟ ଫ୍ୟାନ୍ସମାନଙ୍କ ଇମୋସନକୁ ସ୍ଥାନ ଦେଇଥିଲା ବିସିସିଆଇ । ତେଣୁ ଏହାକୁ ମିଲିୟନ ଚିୟର୍ସ ଜର୍ସି ବୋଲି କୁହାଯାଉଛି । ତେବେ ଚଳିତବର୍ଷ ଜର୍ସିରେ କ’ଣ ପରିବର୍ତ୍ତନ ରହିବ, ତାହାକୁ ନେଇ ଏବେ ଉତ୍ସାହ ବଢିଯାଇଛି ।

Get real time updates directly on you device, subscribe now.