fbpx

ପୁଣି ବାଧକ ସାଜିଲା ଅଷ୍ଟ୍ରେଲିଆ: ଗୋଟିଏ ପଏଣ୍ଟ ପାଇଁ ଟପ୍ ସ୍ଥାନ ହରାଇଲା ଟିମ୍ ଇଣ୍ଡିଆ, ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିବା ଯଥେଷ୍ଟ ହେଲାନି

Advertisement

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୭ ୱିକେଟରେ ଜିତି ଟିମ୍ ଇଣ୍ଡିଆ ଐତିହାସିକ ବିଜୟ ହାସଲ କରିଛି । ଭାରତୀୟ ବୋଲରଙ୍କ କମାଲ ବୋଲିଂ ଫଳରେ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜକୁ ୧-୧ରେ ଡ୍ର କରିବାକୁ ସକ୍ଷମ ହୋଇଛି । ଏହା ପୂର୍ବରୁ ଭାରତ ପ୍ରଥମ ଟେଷ୍ଟରେ ଗୋଟିଏ ଇନିଂସ ଓ ୩୨ ରନରେ ପରାସ୍ତ ହୋଇଥିଲା । ତେବେ ଏହା ମଧ୍ୟରେ ଟେଷ୍ଟ ସିରିଜର ପ୍ରଦର୍ଶନ ଭାରତକୁ ଏକ ବଡ଼ ଝଟକା ଦେଇଛି ।

ସୂଚନା ମୁତାବକ, ଟେଷ୍ଟ ପଏଣ୍ଟ ଟେବୁଲ ରାଙ୍କିଂରେ ଭାରତକୁ ଏକ ବଡ଼ ଝଟକା ଦେଇଛି ଅଷ୍ଟ୍ରେଲିଆ । କେପଟାଉନ୍ ମ୍ୟାଚ ପୂର୍ବରୁ ଭାରତ ଟେଷ୍ଟ ରାଙ୍କିଂରେ ଟପ ସ୍ଥାନରେ ରହିଥିଲା । ଏହାପରେ ପ୍ରଥମ ଟେଷ୍ଟରେ ଭାରତ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଦ୍ୱିତୀୟ ଟେଷ୍ଟରେ ଶାନଦାର ବିଜୟ ହାସଲ କରିଥିଲା । ତେବେ ଗୋଟିଏ ମ୍ୟାଚରେ ପରାଜୟ ଏବେ ଭାରତକୁ ବିଶ୍ୱ ରାଙ୍କିଂରେ ପଛକୁ ଠେଲି ଦେଇଛି ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାକିସ୍ତାନ ବିପକ୍ଷରେ ୨-୦ରେ ସିରିଜରେ ଆଗୁଆ ରହିଛି । ଫଳରେ ଏବେ ଅଷ୍ଟ୍ରେଲିଆ ୧୧୮ ରେଟିଙ୍ଗସ ସହିତ ଟପ ସ୍ଥାନରେ ରହିଥିବା ବେଳେ ଭାରତ ୧୧୭ ରେଟିଙ୍ଗସ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ୧୧୫ ରେଟିଙ୍ଗସ ସହ ତୃତୀୟ ସ୍ଥାନରେ, ଦକ୍ଷିଣ ଆଫ୍ରିକା ୧୦୬ ରେଟିଙ୍ଗସ ସହ ଚତୁର୍ଥ ସ୍ଥାନରେ ଓ ୯୨ ରେଟିଙ୍ଗସ ସହ ପାକିସ୍ତାନ ୬ଷ୍ଠ ସ୍ଥାନରେ ରହିଛି । ମାତ୍ର ଗୋଟିଏ ପଏଣ୍ଟ ପାଇଁ ଭାରତ ଏହି ରାଙ୍କିରେ ଟପ୍ ସ୍ଥାନ ହରାଇଛି ।

Get real time updates directly on you device, subscribe now.