fbpx

WTC Final: ଭାରତକୁ ୪୪୪ ରନର ବିଶାଳ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ; ବିଜୟ ପାଇଁ ବଳ କଷିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଟ୍ରଫି ହାସଲ କରିବା ପାଇଁ ଟିମ୍ ଇଣ୍ଡିଆ ଆଗରେ ରହିଛି ୪୪୪ ରନର ବିଶାଳ ଲକ୍ଷ୍ୟ । ଚତୁର୍ଥ ଦିନ ୧୨୩—୪ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଭାରତ ପାଇଁ ୪୪୪ ରନର ଏକ ବିଶାଳ ଟାର୍ଗେଟ ସେଟ୍ କରିଛି । ତେବେ ବର୍ତ୍ତମାନ ରୋହିତ ସେନା ନିକଟରେ ରହିଛି ମାତ୍ର ଦେଢ ଦିନ । ଟ୍ରଫି ଜିତିବା ଆଶା ପୁଣିଥରେ ଭାରତ ପାଇଁ ଦୂର ହେଉଥିବା ଦେଖାଯାଉଛି । ଏହି ଦେଢ ଦିନ ଭିତରେ ୪୪୪ ରନ୍ କରି ପାରିଲେ ଭାରତ ଟ୍ରଫି ହାସଲ କରିପାରିବ ଟିମ ଇଣ୍ଡିଆ ।

ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଆଲେକ୍ସ କ୍ୟାରୀଙ୍କ ଅର୍ଦ୍ଧଶତକ ବଳରେ ଭାରତକୁ ଏକ ବଡ ଲକ୍ଷ୍ୟ ମିଳିଛି । ଦ୍ୱିତୀୟ ଇନିଂସକୁ ୨୭୦-୮ରେ ଘୋଷଣା କରିବା ସହ ଭାରତ ଏବଂ ଫାଇନାଲ ଟ୍ରପି ମଧ୍ୟରେ ୪୪୪ ରନ ରଖିଛି ଅଷ୍ଟ୍ରେଲିଆ । ତେବେ ଆଲେକ୍ସ କ୍ୟାରୀ ଏବଂ ମିଚେଲ ଷ୍ଟାର୍କଙ୍କ ବଡ ପାର୍ଟନରସିପ ଅଷ୍ଟ୍ରେଲିଆକୁ ମଜବୁତ ସ୍ଥିତିରେ ପହଞ୍ଚାଇଛି । ୧୦୫ ବଲରୁ ଆଲେକ୍ସ ୬୬ ରନ କରିଥିବା ବେଳେ ୫୭ ବଲରୁ ୪୧ ରନର ଏକ ଦମଦାର ପାଳି ଖେଳିଛନ୍ତି ମିଚେଲ ଷ୍ୟାର୍କ । ତେବେ ଅନ୍ୟ ଖେଳାଳିଙ୍କ ମଧ୍ୟରୁ ମାର୍ନସ ଲାବୁସାନେ ମଧ୍ୟ ୪୧ ରନ କରିଛନ୍ତି । କିନ୍ତୁ ପ୍ରଥମ ଇନିଂସର ଦୁଇ ହିରୋ ଷ୍ଟିଭ ସ୍ମିଥ ଏବଂ ଟ୍ରାଭିସ ହେଡ ଦ୍ୱିତୀୟ ଇନିଂସରେ ଯଥାକ୍ରମେ ୩୪ ଏବଂ ୧୮ କରି ପାଭିଲିୟନ ଫେରିଛନ୍ତି । ଉଭୟ ଖେଳାଳିଙ୍କୁ ଶିକାର କରିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ।

ସେପଟେ ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ମହମ୍ମଦ ଶାମୀ ଏବଂ ଉମେଶ ଯାଦବ ୨ଟି ଲେଖାଏଁ ଶିକାର କରିଛନ୍ତି । ତେବେ ମହମ୍ମଦ ସିରାଜ ଗୋଟିଏ ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ଭାରତକୁ ବିଜୟ ପାଇଁ ୪୪୪ ରନର ବିଜୟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଟ୍ରଫି ହାତେଇବା ପାଇଁ ରୋହିତ ସେନା ପାଖରେ ମାତ୍ର ଦେଢ ଦିନର ସମୟ ବାକି ରହିଛି ।

Get real time updates directly on you device, subscribe now.