fbpx

ଆୟରଲାଣ୍ଡ ସିରିଜ୍ ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ, ଆଜି ପ୍ରଥମ ମୁକାବିଲା, ହାର୍ଦ୍ଦିକଙ୍କ ଉପରେ ସଭିଙ୍କ ନଜର

ନୂଆଦିଲ୍ଲୀ: ଭାରତ ଏବଂ ଆୟରଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜୁନ ୨୬ ରବିବାର ଡବଲିନରେ ଖେଳାଯିବ । ଏହି ସିରିଜରେ ସଭିଙ୍କ ନଜର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉରେ ରହିଛି । ସେ ପ୍ରଥମ ଥର ଦଳର ନେତୃତ୍ୱ ନେଉଛନ୍ତି । ଏହି ସିରିଜ ଜରିଆରେ ଭାରତୀୟ ଦଳର ଯୁବ ଖେଳାଳିଙ୍କ ନିକଟରେ ନିଜକୁ ସାବ୍ୟସ୍ତ କରିବାର ସୁଯୋଗ ରହିଛି ।

ତେଣୁ ଭାରତୀୟ ଖେଳାଳି ସିରିଜ୍ ପାଇଁ ଖୁବ୍  ପ୍ରସ୍ତୁତି କରିଛନ୍ତି । କୋଚ୍ ଭିଭିଏସ ଲକ୍ଷ୍ମଣ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଖେଳାଳିଙ୍କୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି । ରାହୁଲ ଦ୍ରାବିଡ ଇଂଲଣ୍ଡ ଗସ୍ତରେ ବ୍ୟସ୍ତ ଥିବାରୁ ଲକ୍ଷ୍ମଣଙ୍କୁ ମୁଖ୍ୟ କୋଚ୍ ଭାବେ ଆୟରଲାଣ୍ଡ ପଠ।ଇଛି । ରବିବାର ଖେଳ।।ଉଥିବା ମ୍ୟାଚ୍ ଭାରତୀୟ ସମୟ ରାତି ୯ଟାରେ ଆରମ୍ଭ ହେବ । ମ୍ୟାଚର ପ୍ରସାରଣ ସୋନି ସିକ୍ସ ଏବଂ ସୋନି ଏଚଡିରେ ହେବ ।

ଋଷଭ ପନ୍ତ ଏବଂ ଶ୍ରେୟସ ଆୟର ଟେଷ୍ଟ ଦଳରେ ସାମିଲ୍ ଥିବାରୁ ଆୟରଲାଣ୍ଡ ବିପକ୍ଷ ଦୁଇଟି ମୁକାବିଲାରେ ସଞ୍ଜୁ ସାମସନ ଏବଂ ଦୀପକ ହୁଡ୍ଡାଙ୍କ ପରି ଖେଳାଳିଙ୍କୁ ସୁଯୋଗ ମିଳିାରେ । ଆହତ ସମସ୍ୟାରୁ ମୁକୁଳି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ତୃତୀୟ କିମ୍ବା ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି । ଉମରାନ ମଲିକ ଏବଂ ଅର୍ଶଦୀ ସିଂହଙ୍କ ଉପରେ ପ୍ରଶଂସକଙ୍କ ନଜର ରହିଛି । ଉଭୟଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ପର୍ଦାଣର ସୁଯୋଗ ମିଳିନଥିଲା ।

ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର(ଉପ ଅଧିନାୟକ), ଇଶାନ କିଷନ, ଋତୁରାଜ ଗାଏକୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀକ ହୁଡ୍ଡା, ରାହୁଲ ତ୍ରିାଠୀ, ଦିନେଶ କାର୍ତ୍ତିକ(ୱିକେଟ୍ କିପର), ୟୁଜବେନ୍ଦ୍ର ଚହଲ,  ଅକ୍ଷର ପଟେଲ୍‌, ରବି ବିଷ୍ଣୋଇ, ହର୍ଷଲ ପଟେଲ୍‌, ଅଭେଶ ଖାନ, ଅର୍ଶଦୀ ସିଂହ, ଉମରାନ ମଲିକ ।

Get real time updates directly on you device, subscribe now.