fbpx

ଟିମ୍ ଇଣ୍ଡିଆର ବିରାଟ ବିଜୟ: ପାକିସ୍ତାନର ଲଜ୍ଜାଜନକ ପରାଜୟ

ନୂଆଦିଲ୍ଲୀ: ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା କ୍ରମାଗତ ଭାବେ ବାଧକ ସାଜିଥିଲା । ଗତକାଲି ଭାରତ ୨୪.୧ ଓଭରରେ ଦୁଇଟି ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା କାରଣରୁ ମ୍ୟାଚ ଅଧାରୁ ବନ୍ଦ ହୋଇଥିଲା । ଏହାପରେ ଆଜି ରିଜର୍ଭ ଡେ’ରେ ପୁଣି ଥରେ ପୁଣି ବର୍ଷା ହେବାରୁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା ।

ତେବେ ବିରାଟ କୋହଲି ଓ କେଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଇଥିଲା । ମାତ୍ର ପାକିସ୍ତାନ ୩୨ ଓଭରରେ ମାତ୍ର ୧୨୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୨୨୮ ରନରେ ବିଜୟ ହାସଲ କରିଛି । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ଟି ୱିକେଟ ନେଇ ପାକିସ୍ତାନୀ ବ୍ୟାଟିଂ ମେରୁଦଣ୍ଡକୁ ଦୁର୍ବଳ କରିଦେଇଥିଲେ ।

ତେବେ ଆଜିର ବିଜୟ ଫଳରେ ଭାରତର ଫାଇନାଲ ଖେଳିବା ଆଶା ଉଜ୍ଜୀବିତ ହୋଇଯାଇଛି । ଭାରତ ଆସନ୍ତାକାଲି ଶ୍ରୀଲଙ୍କାକୁ ଓ ୧୫ରେ ବାଂଲାଦେଶକୁ ଭେଟିବ । ଏହି ବିଜୟ ଫଳରେ ଭାରତ ଏବେ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚି ଯାଇଛି । ଶ୍ରୀଲଙ୍କା ଓ ପାକିସ୍ତାନ ଭାରତ ସହ ସମାନ ୨ ପଏଣ୍ଟ ପାଇଥିଲେ ଦୁହେଁ ରନରେଟ ଆଧାରରେ ତଳେ ରହିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ବାରମ୍ବାର ବର୍ଷା ବାଧକ ସାଜୁଥିବାରୁ ଏ କ୍ଷେତ୍ରରେ ରନରେଟ୍ ଏକ ବଡ଼ ଭୂମିକା ଗ୍ରହଣ କରିପାରେ । ଆଜି ପାକିସ୍ତାନ ଦମନ ପରେ ଆସନ୍ତାକାଲି ଲଙ୍କା ଲଢ଼େଇକୁ କ୍ରୀଡ଼ାପ୍ରେମୀ ଦେଖିବାକୁ ଉତ୍ସାହିତ ହୋଇ ରହିଛନ୍ତି ।

Get real time updates directly on you device, subscribe now.