fbpx
BSKY SKY
BSKY SKY

NIC ଜାରି କଲା ମାର୍ଗଦର୍ଶିକା: ନଭେମ୍ବର ପହିଲାରୁ ଲାଗୁ ହେବ GST Invoiceର ନୂଆ ନିୟମ

BSKY

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ପହିଲାରୁ ଦ୍ରବ୍ୟ ଓ ସେବା କର (ଜିଏସଟି)ର ନୂଆ ନିୟମ ଲାଗୁ ହେବାକୁ ଯାଉଛି । ତେବେ ବଡ଼ ବଡ଼ ବେପାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । ୧୦୦ କୋଟିରୁ ଅଧିକ କାରବାର କରୁଥିବା କମ୍ପାନୀମାନେ ନଭେମ୍ବର ୧ ତାରିଖରୁ ଜିଏସଟି ସମ୍ବନ୍ଧିତ ରସିଦକୁ ପୋର୍ଟାଲରେ ୩୦ ଦିନ ମଧ୍ୟରେ ଅପଲୋଡ୍ କରିବାକୁ ପଡ଼ିବ ।

ଜିଏସଟି ଇ-ରସିଦ ପୋର୍ଟାଲର ସଞ୍ଚାଳନ କରୁଥିବା ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର (ଏନଆଇସି) ଏନେଇ ଏକ ମାର୍ଗଦର୍ଶିକ ଜାରି କରି ଜିଏସଟି ଅର୍ଥରିଟିଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି । ରସିଦ ଜାରି ହେବାର ୩୦ ଦିନ ଭିତରେ ତାହାକୁ ପୋର୍ଟାଲରେ ଅପଲୋଡ କରିବାକୁ ଅର୍ଥରିଟି ପକ୍ଷରୁ କୁହାଯାଇଛି । ୧୦୦ କୋଟି ବା ତା’ଠାରୁ ଅଧିକ ବାର୍ଷିକ କାରବାର କରୁଥିବା କରଦାତାଙ୍କ ପାଇଁ ଏହା ଲାଗୁ ହେବ ।

ସୂଚନାଯୋଗ୍ୟ ଯେ, ଜିଏସଟିକୁ ନେଇ ଅର୍ଥ ମନ୍ତ୍ରଣାଳୟ ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତି ନେଇଥାଏ । ଗତ ଅଗଷ୍ଟ ମାସରେ ଜିଏସଟି ପରିଷଦର ୫୧ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅନଲାଇନ ଗେମ୍ସ, କାସିନୋ ଓ ହର୍ସ ରେସିଂ ଉପରେ ଟ୍ୟାକ୍ସ ଲାଗୁ ହେବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ କନଫରେନ୍ସରେ ବିସ୍ତୃତ ସୂଚନା ଦେଇଥିଲେ । ଅକ୍ଟୋବର ୧ରୁ ଦେଶରେ ଅନଲାଇନ ଗେମ୍ସ, କାସିନୋ ଓ ହର୍ସ ରେସିଂ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲାଗିପାରେ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.