fbpx
BSKY
BJD MC SKY
BJD MS SKY

Big Breaking… ଲଗାତାର ଦ୍ୱିତୀୟ ବିଜୟ ହାସଲ କଲା Team India: ୮ ୱିକେଟରେ ଚକମା ଖାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଦମଦାର ବ୍ୟାଟିଂ ସହ ଆଫଗାନିସ୍ତାନ ଉପରେ ବିଶାଳ ବିଜୟ ହାସଲ କରିଛି ଭାରତ । ଏହି ବିଜୟ ସହ÷ ଚଳିତ ବିଶ୍ୱକପରେ ଲଗାତାର ଦ୍ୱିତୀୟ ମ୍ୟାଚରେ ଦ୍ୱିତୀୟ ବିଜୟର ଗାଥା ଲେଖିଛି ରୋହିତ ସେନା । ଅଧିନାୟକ ରୋହିତଙ୍କ ବିସ୍ଫୋରକ ଶତକ ଏବଂ ବିରାଟଙ୍କ ଅର୍ଦ୍ଧଶତକ ସହ ବୁମରାହଙ୍କ ଘାତକ ବୋଲିଂ ବଳରେ ଏହି ବିଶାଳ ବିଜୟର ଅଧିକାରୀ ପାଲଟିଛି ଟିମ ଇଣ୍ଡିଆ । ଆଫଗାନିସ୍ତାନର ୨୭୩ ରନ ବିଜୟ ଲକ୍ଷ୍ୟକୁ ମାତ୍ର ୩୫ ଓଭରରେ ହାସଲ କରି ରୋହିତ ସେନା ଇତିହାସ ସୃଷ୍ଟି କରିଛି ।

୨୦୨୩ ବିଶ୍ୱକପରେ ଭାରତର ବିଜୟ ରଥକୁ ଆଉ ଏକ ପାଦ ଆଗକୁ ବଢାଇଛି ଦଳର ବ୍ୟାଟିଂ ଅର୍ଡର । ଅଧିନାୟକ ରୋହିତ ଶର୍ମାଙ୍କ ରେକର୍ଡ ସୃଷ୍ଟିକାରି ଶତକ ଏବଂ କିଙ୍ଗ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି । ଆଫଗାନ ଦଳ ଦେଇଥିବା ୨୭୩ ରନର ଲକ୍ଷ୍ୟକୁ ମାତ୍ର ୩୫ ଓଭରରେ ହାସଲ କରି ନେଇଛି ଟିମ ଇଣ୍ଡିଆ । ପ୍ରଥମରୁ ଆକ୍ରମକ ବ୍ୟାଟିଂ କରି ମାତ୍ର ୬୩ ବଲରୁ ବିସ୍ଫୋରକ ଶତକ ହାସଲ କରିଥିଲେ ଅଧିନାୟକ ରୋହିତ । ଏହି ଧୂଆଁଧାର ପାଳିରେ ୧୬ଟି ଚୌକା ସହ ୫ଟି ବିଶାଳକାୟ ଛକା ସାମିଲ ରହିଛି । ଏହାପରେ ଇଶାନ କିଶାନ ମଧ୍ୟ ରୋହିତଙ୍କ ସାଥ୍ ଦେଇ ଖେଳୁଥିବା ବେଳେ ୪୭ ରନ୍ କରି ଆଟ ହୋଇଥିଲେ ।

ତେବେ ରୋହିତଙ୍କ ପରେ ବିରାଟ କୋହଲି ଏବଂ ଶ୍ରେୟସ ଆୟର ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଛନ୍ତି । ବିରାଟ ୫୬ ବଲରୁ ୬ଟି ଛକା ସହ ୫୫ ରନ୍ କରିଥିବା ବେଳେ ଶ୍ରେୟସ ଗୋଟିଏ ଲେଖାଏଁ ଛକା-ଚୌକା ସହ ୨୫ରନର ଛୋଟ ପାଳି ଖେଳି ବିଜୟ ଲକ୍ଷ୍ୟ ହାସଲ କରିଛନ୍ତି । ଭାରତର ଏହି ଦମଦାର ବ୍ୟାଟିଂ ଅର୍ଡର ଯୋଗୁଁ ମାତ୍ର ୩୫ ଓଭରରେ ୨୭୩ ରନ୍ ଟାର୍ଗେଟ ହାସଲ କରିବାରେ ସଫଳ ହୋଇଛି ରୋହିତ ସେନା । ଆଫଗାନିସ୍ତାନ ତରଫରୁ କେବକଳ ରାଶିଦ ଖାନ ହିଁ ୨ଟି ୱିକେଟ ନିଜ ନାମରେ କରିଛନ୍ତି ।

ଚଳିତ ବିଶ୍ୱକପରେ ଲଗାତାର ଦୁଇଟି ବୃହତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହାପରେ ତୃତୀୟ ମ୍ୟାଚରେ ଭାରତ ଅକ୍ଟୋବର ୧୪ ତାରିଖରେ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ ସମସ୍ତ କ୍ରିକେଟପ୍ରେମୀ ଏବଂ ଖେଳାଳିଙ୍କ ପାଇଁ ହାଇଭୋଲ୍ଟେଜ ମ୍ୟାଚ ହେବାକୁ ଯାଉଛି । ତେଣୁ ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବ । କାରଣ ଭାରତ-ପାକ୍ ମ୍ୟାଚ ଉପରେ ସାରା ବିଶ୍ୱର ନଜର ରହିଛି । ତେବେ ଏହି ମ୍ୟାଚରେ ଭାରତର ଷ୍ଟାର ଓପନର ଶୁଭମନ ଗିଲ୍ କମବ୍ୟାକ କରିପାରନ୍ତି ।

Get real time updates directly on you device, subscribe now.