fbpx

କ୍ରୀଡ଼ାପେମୀଙ୍କ ଦିଲ୍ ଜିତିଲା ଟିମ୍ ଇଣ୍ଡିଆ: ଶ୍ରୀଲଙ୍କା ପେସ୍ ବୋଲର ଲକମଲଙ୍କୁ ବଧାଇ ଜଣାଇଲେ ଦ୍ରାବିଡ଼-କୋହଲି, Video ଭାଇରାଲ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ମଜବୁତ ସ୍ଥିତିରେ ରହିଛି । ତେବେ ଏହି ଅବସରରେ ଟିମ୍ ଇଣ୍ଡିଆ ସମସ୍ତଙ୍କର ଦିଲ୍ ଜିତି ନେଇଛି । ଶ୍ରୀଲଙ୍କା ପେସ୍ ବୋଲର ସୁରଙ୍ଗ ଲକମଲ ଭାରତ ବିପକ୍ଷରେ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି ବୋଲି ପୂର୍ବରୁ ଘୋଷଣା କରିଥିଲେ । ତେଣୁ ଗତକାଲି ଭାରତର ଦ୍ୱିତୀୟ ଇନିଂସ ସମାପ୍ତ ହେବା ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ ଓ ବିରାଟ କୋହଲି ଏହି ଅବସରରେ ଲକମଲଙ୍କୁ ବଧାଇ ଜଣାଇଥିଲେ । ଏନେଇ ବିସିସିଆଇ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଥିବା ବେଳେ ଏହାକୁ ସମସ୍ତେ ପ୍ରଶଂସା କରୁଥିବା ଜଣାପଡ଼ିଛି ।

ଲକମଲ ଶ୍ରୀଲଙ୍କା ପକ୍ଷରୁ ୭୦ଟି ଟେଷ୍ଟ ଖେଳି ୧୭୧ଟି ୱିକେଟ ଅକ୍ତିଆର କରିଛନ୍ତି । ସେ ପ୍ରଥମ ଇନିଂରେ ଆଠ ଓଭର ବୋଲିଂ କରି ରବୀନ୍ଦ୍ର ଜାଡେଜାଙ୍କ ୱିକେଟ ଅକ୍ତିଆର କରିଥିଲେ । ସେହିପରି ଦ୍ୱିତୀୟ ଇନିଂସରେ ୧୦ ଓଭର ବୋଲିଂ କରି କୌଣସି ୱିକେଟ ହାସଲ କରିନଥିଲେ । ସେ ଶ୍ରୀଲଙ୍କାର ଜଣେ ପ୍ରମୁଖ ପେସର ହୋଇଥିବା ବେଳେ ତାଙ୍କର ଅନୁପସ୍ଥିତି ଦଳର ବୋଲିଂ ଆକ୍ରମଣକୁ ଦୁର୍ବଳ କରିଦେଇଥାଏ ।

Get real time updates directly on you device, subscribe now.