fbpx

ODi WorldCup ପରେ ବିଦାୟ ନେବେ ଦଳର ଷ୍ଟାର ଖେଳାଳି: ବିଶ୍ୱକପରେ ହେବ ‘ବିରାଟ’ ଯୁଦ୍ଧ

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଭାରତ ସମେତ ପ୍ରାୟ ସମସ୍ତ ଦେଶ ପ୍ରସ୍ତୁତି ଶେଷ କରିଛନ୍ତି । ତେବେ ବିଶ୍ୱକପର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୨୦୨୩ ବିଶ୍ୱକପ ପରେ କ୍ରିକେଟରୁ ବିଦାୟ ନେବା ପାଇଁ ଘୋଷଣା କରିଛନ୍ତି ଦଳର ଷ୍ଟାର ଖେଳାଳି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଅବସର ପୂର୍ବରୁ ଏହି ବିଶ୍ୱକପରେ ଏକ ‘ବିରାଟ’ ଯୁଦ୍ଧ ହେବ ବୋଲି ଆଶା କରାଯାଉଛି । ସନ୍ନ୍ୟାସ ଘୋଷଣା କରିଥିବା ଏହି ଷ୍ଟାର ଖେଳାଳି ହେଉଛନ୍ତି ଆଫଗାନିସ୍ତାନ ଷ୍ଟାର ବୋଲର ନବୀନ ଉଲ ହକ୍ ।

ଆଇପିଏଲ-୨୦୨୩ର ସବୁଠାରୁ ବଡ଼ ବିବାଦର ସାମିଲ ହୋଇଥିଲେ ନବୀନ । ବିରାଟ କୋହଲିଙ୍କ ସହ ମତଭେଦ ପରେ ଏହି ବାକ୍ ଯୁଦ୍ଧ ଖୁବ ଆଗକୁ ବଢି ଯାଇଥିଲା । ତେବେ ଏହି ବିବାଦ ତାଙ୍କ କ୍ରିକେଟ କ୍ୟାରିୟର ଉପରେ ଖୁବ ମହଙ୍ଗା ପଡ଼ିଛି । ଆସନ୍ତା ଦିନିକିଆ ବିଶ୍ୱକପ ପରେ ଦିନିକିଆ କ୍ରିକେଟରୁ ବିଦାୟ ନେବା ନେଇ ଗୋଷଣା କରିଛନ୍ତି ନବୀନ ଉଲ୍ ହକ୍ । ଏ ନେଇ ସେ ନିଜେ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ, ଦେଶର ପ୍ରତିନିଧିତ୍ୱ କରିବା ସମ୍ମାନର କଥା । ତେବେ ବିଶ୍ୱକପ ୨୦୨୩ ପରେ ଦିନିକିଆ କ୍ରିକେଟରୁ ଅବସର ଗ୍ରହଣ କରିବି ବୋଲି ସେ ଏହି ପୋଷ୍ଟରେ ଲେଖିଛନ୍ତି । କିନ୍ତୁ ଆଫଗାନିସ୍ତାନ ପକ୍ଷରୁ ଟି-୨୦ ଖେଳିବା ଜାରି ରଖିବେ ବୋଲି ପୋଷ୍ଟରେ ସୂଚନା ଦେଇଛନ୍ତି ନବୀନ । ଏହାପରେ ସେ ଲେଖିଛନ୍ତି ଯେ, ଏହି ବୟସରେ ଏଭଳି ନିଷ୍ପତ୍ତି ନେବା ସହଜ ନୁହେଁ, କିନ୍ତୁ ନିଜ କ୍ୟାରିୟର ଲମ୍ବା କରିବା ପାଇଁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡ଼ିଲା । ଏହାପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏବଂ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଷ୍ଟାର ବୋଲର ନବୀନ-ଉଲ୍-ହକ୍ ।

 

View this post on Instagram

 

A post shared by Naveen ul haq Murid (@naveen_ul_haq)

ଗତ ଆଇପିଏଲ-୨୦୨୩ରେ ସେ ଲକ୍ଷେ୍ନø ସୁପର ଜିଆଣ୍ଟସ ତରଫରୁ ଖେଳୁଥିଲେ । ତେବେ ଆରସିବି ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ସହ ପାଟିତୁଣ୍ଡ କରି ବିବାଦ ଘେରକୁ ଆସିଥିଲେ ନବୀନ । କେବଳ ମ୍ୟାଚ ନୁହେଁ, ଖେଳ ସରିବା ପରେ ମଧ୍ୟ ହାତ ମିଳାଇବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବେଳେ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଯଦିଓ ଏହି ବିବାଦରେ ଦଳର ମେଣ୍ଟର ଗୌତମ ଗମ୍ଭୀର ନବୀନଙ୍କୁ ସମର୍ଥନ କରିଥିଲେ, କିନ୍ତୁ ଆୟୋଜକ କୋହଲି ଏବଂ ନବୀନଙ୍କ ଉପରେ ଜରିମାନା ଲାଗୁ କରିଥିଲେ ।

Get real time updates directly on you device, subscribe now.