fbpx

ହ୍ୱାଟ୍ସଆପରେ ମିଳିବ ଟିକାକରଣ ସାର୍ଟିଫିକେଟ; ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

Advertisement

ନୂଆଦିଲ୍ଲୀ: କରୋନା ଟିକାର ପ୍ରତିଟି ଡୋଜ୍ ଲଗାଇବା ପରେ ଏହାର ସାର୍ଟିଫିକେଟ ଡାଉନଲୋଡ୍ କରିବାକୁ ପଡିଥାଏ । ତେବେ ଏହାକୁ ଡାଉନଲୋଡ କରିବା କିଛି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏହାକୁ ଦୃଷ୍ଟିରେ ରଖି କୋ ୱିନ୍ ପକ୍ଷରୁ ଏକ ନୂତନ ବ୍ୟବସ୍ଥା ଲଞ୍ଚ କରାଯାଇଛି । ଏଣିକି ଏହାକୁ ଡାଉନଲୋଡ କରିବା ପରିବର୍ତ୍ତେ ଏହା ଆପଣଙ୍କ ହ୍ୱାଟ୍ସଆପରେ ମିଳିପାରିବ । ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ କୋଭିଡ ଟିକାକରଣର ପ୍ରମାଣପତ୍ର ଜରୁରୀ ହୋଇଥିବା ବେଳେ ହ୍ୱାଟ୍ସଆପରେ ଏହା ଉପଲବ୍ଧ ହେବା ଦ୍ୱାରା ସହଜରେ ଡାଉନଲୋଡ କରି ହୋଇଥାଏ ।

କେମିତି କରିବେ ଡାଉନଲୋଡ: କରୋନା ସମ୍ପର୍କିତ ସୂଚନା ପାଇଁ ସରକାରଙ୍କ ପକ୍ଷରୁ ଏକ ହେଲ୍ପ ଡେସ୍କ ମାଇଁ ଗଭକରୋନା ଲଞ୍ଚ କରାଯାଇଛି । ଏହି ହେଲ୍ପଡେସ୍କର ଚାଟବଟକୁ ବ୍ୟବହାର କରି ହ୍ୱାଟ୍ସଆପରେ ଆପଣ ନିଜର ଟିକାକରଣ ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ଏଥିରେ ରହିଥିବା ହ୍ୱାଟ୍ସଆପ୍ ହେଲ୍ପଡେସ୍କ ନମ୍ବର +୯୧୯୦୧୩୧୫୧୫୧୫କୁ ଆପଣ ନିଜ ଫୋନରେ ସେଭ୍ କରିନିଅନ୍ତୁ । ଏହା ପରେ ହ୍ୱାଟ୍ସଆପକୁ ଯାଇ ଏହି ଚାଟ ବଟକୁ ଖୋଲିଲେ ସାର୍ଟିଫିକେଟ ଡାଉନଲୋଡର ସୁଯୋଗ ମିଳିବ ।

Get real time updates directly on you device, subscribe now.