fbpx

XIM ୟୁନିଭରସିଟି ପକ୍ଷରୁ TEDx ଇଭେଣ୍ଟ ଅନୁଷ୍ଠିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକ୍ସଆଇଏମ ୟୁନିଭରସିଟି, ଓଡ଼ିଶା ଏବଂ ଏକ୍ସଆଇଏମ ୟୁନିଭରସିଟିର ମେଡ଼ିଆ ଓ ପିଆର ସେଲ ଇଲୁମିନାଟିଏକ୍ସ ପକ୍ଷରୁ ଟେଡକ୍ସ ଏକ୍ସଆଇଏମ ୟୁନିଭରସିଟି ନାମକ ଏକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଗତ ୧୩ ତାରିଖ ସନ୍ଧ୍ୟା ୬ଟାରୁ ୭.୪୫ ପର୍ୟ୍ୟନ୍ତ ଏହି ଇଭେଣ୍ଟ ଚାଲିଥିଲା । ଏହି ଅବସରରେ ଚଳିତ ବର୍ଷର ଥିମ୍ ‘ଫର୍ଟିଫାଇଙ୍ଗ ଫ୍ୟୁଚର୍ସ’ ରଖାଯାଇଥିଲା । ଏହା ଏକ ପ୍ରାଇଭେଣ୍ଟ ଇଭେଣ୍ଟ ହୋଇଥିବା ବେଳେ ଏକ୍ସଆଇଏମ ୟୁନିଭରସିଟିର ହିତାଧିକାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଜୁମରେ ୱେବ୍ ଟେଲିକାଷ୍ଟ କରାଯାଇଥିଲା ।

ଟେଡକ୍ସ ହେଉଛି ଏକ ସ୍ଥାନୀୟ ସ୍ୱଆୟୋଜିତ ଇଭେଣ୍ଟ, ଯେଉଁଥିରେ କି ବିଶିଷ୍ଟ ବ୍ୟକ୍ତି ସମୂହ ସେମାନଙ୍କର ଅଭିଜ୍ଞତାକୁ ଶେୟାର କରିଥାନ୍ତି । ଟେଡ୍ ଟକ୍ସ ଭିଡିଓ ଓ ଲାଇଭ୍ ମାଧ୍ୟମରେ ସ୍ପିକରମାନେ ଲୋକଙ୍କୁ ଏକତ୍ରିତ କରି ଆନ୍ତରିକ ଭାବେ ଯୋଡ଼ିବାକୁ ପ୍ରୟାସ କରିଥାନ୍ତି । ଏହି ଭିଡିଓ ଅତିବେଶିରେ ୧୮ ମିନିଟ ହୋଇଥିବା ବେଳେ ଏହି ଇଭେଣ୍ଟରେ ବିଜ୍ଞାନ, ବିଜିନେସ୍ ଆଦି ବିଶ୍ୱସ୍ତରୀୟ ପାୱାରଫୁଲ ବକ୍ତୃତା ପ୍ରଦାନ କରାଯାଇଥାଏ । ଲୋକଙ୍କୁ ଆର୍ଥିକ, ଶାରୀରିକ, ମାନସିକ, ସାମାଜିକ ସ୍ତରରେ ବିକଶିତ କରାଇବା ହେଉଛି ଚଳିତ ବର୍ଷର ଥିମର ମୁଖ୍ୟ ଉଦ୍ଦେଶ୍ୟ ।
ଚଳିତ ବର୍ଷର ଥିମ ଭିନ୍ନ ଭିନ୍ନ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରେ ସାମାଜିକ ସୁରକ୍ଷା, ଅର୍ଥନୀତିକ ସୁରକ୍ଷା, ନିଜସ୍ୱ ସୁରକ୍ଷା, ସାଇବର ସୁରକ୍ଷା, ଇମ୍ୟୁନ ସିଷ୍ଟମ ବିକଶିତ କରିବା ଆଦି ସ୍ଥାନ ପାଇଥିଲା । ଏହି ଇଭେଣ୍ଟରେ ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଅକ୍ଷୟ ଗୁପ୍ତା, ଶିଖା ଚୌହାନ, ପ୍ରଫେସର ଅର୍ପଣ କୁମାର କର, ଡକ୍ଟର ଅନିର୍ବାଣ ବସୁ ଓ ଡକ୍ଟର ଅରୁଣା ବ୍ରୁଟାଙ୍କ ପରି ବିଶିଷ୍ଟ ବକ୍ତାମାନେ ଅଂଶଗ୍ରହଣ କରିଥିଲେ । କାର୍ୟ୍ୟକ୍ରମରେ ପରିଶେଷରେ ସମସ୍ତ ବକ୍ତା, ପ୍ରଶାସନ, ମେଡ଼ିଆ ପାର୍ଟନର, ଦର୍ଶକମାନଙ୍କୁ ଏକ୍ସଆଇଏମ୍ ୟୁନିଭରସିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Get real time updates directly on you device, subscribe now.