ଲାଲୁ ଯାଦବଙ୍କ ବଢ଼ିଲା ଅଡୁଆ, ବଡ଼ପୁଅ ତେଜ ପ୍ରତାପ କରିବେ ନୂଆ ଦଳ!
ଯାଦବ ଘର ଫାଳ ଫାଳ, ଗୋଟିଏ ଘରେ ବାପ-ପୁଅଙ୍କ ଦୁଇ ଦଳ।
ବିହାର: ଯାଦବ ଘର ଫାଳ ଫାଳ। ବାପ ପୁଅଙ୍କ ଦୁଇ ଦଳ। ହଁ ଆଜ୍ଞା ଲାଲୁ ପ୍ରସାଦ ଯାଦବ ନିକଟରେ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ନିଜ ଦଲ RJD ରୁ ବିଦା କରିବା ପରେ ଏବେ ଶୁଣିବାକୁ ମିଳୁଛି ତାଙ୍କ ବଡ଼ ପୁଅ ଏକ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।
ରାଷ୍ଟ୍ରୀୟ ଜନତା ଦଳରୁ ବହିଷ୍କୃତ ତେଜ ପ୍ରତାପ ଯାଦବ ଆଜି ସନ୍ଧ୍ୟାରେ ଏକ ନୂଆ ରାଜନୈତିକ ଦଳ କିମ୍ବା ସଂଗଠନ ଘୋଷଣା କରିପାରନ୍ତି। କାରଣ ସେ ଆଜି ସନ୍ଧ୍ୟା ୫ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ସେ ଏକ ନୂତନ ରାଜନୈତିକ ଦଳ ଘୋଷଣା କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। କାରଣ ସେ ପୂର୍ବରୁ ନିଜ ବାପାଙ୍କ ଦଳ RJDରେ ଥିଲେ।
ହେଲେ ମେଁ ମାସରେ ତାଙ୍କ ବାପା ନିଜେ ତେଜ ପ୍ରତାପ ଯାଦବଙ୍କୁ ବିଶୃଙ୍ଖଳିତ ଆଚରଣ ଅଭିଯୋଗ କରି ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିବା ସହ ପାରିବାରିକ ସମ୍ପର୍କରୁ ମଧ୍ୟ ଛିନ୍ନ କରିଥିଲେ।
ଯାହାପରେ ଅନେକ ପ୍ରକାର ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା। ଆଉ ଏବେ ତେଜ ପ୍ରତାପ ଏକ ନୂଆ ଦଳ ଗଠନ କରି ସେହି ଦଳର ନେତୃତ୍ୱ ନେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଯାହାକି ଆଜି ସନ୍ଧ୍ୟାପରେ ପ୍ରମାଣିତ ହୋଇଯିବ।