fbpx

କାଲି ଫ୍ଲୋରଟେଷ୍ଟ, ଏହା ପୂର୍ବରୁ ତେଜସ୍ୱୀଙ୍କ ଘରେ ବିଧାୟକଙ୍କ ଲାଗି ମନୋରଞ୍ଜନ ସହିତ କରାଯାଇଛି ଏହିସବୁ ସ୍ୱତନ୍ତ୍ର ବ୍ୟବସ୍ଥା

ପାଟନା: ବିହାରରେ ନୂଆ ସରକାର ଗଠନକୁ ନେଇ ଫ୍ଲୋରଟେଷ୍ଟ ପୂର୍ବରୁ ରାଜନୀତି ବେଶ୍ ଉଷ୍ମ ରହିଛି । ସମସ୍ତ ଦଳ ନିଜ ନିଜ ବିଧାୟକଙ୍କୁ ଏକଜୁଟ କରିବା ପାଇଁ କଳ ବଳ କୌଶଳ ଲଗାଇ ଦେଇଛନ୍ତି । ପକ୍ଷ ବିପକ୍ଷ ଉଭୟ ଫ୍ଲୋରଟେଷ୍ଟ ସମୟରେ ବଡ ଧରଣର ଖେଳ ହେବ ବୋଲି ଦାବୀ କରୁଛନ୍ତି । ଏହି କ୍ରମରେ ତେଜସ୍ୱୀ ଯାଦବ ନିଜ ଦଳର ବିଧାୟକଙ୍କ ସହ ମହାମେଣ୍ଟର କଂଗ୍ରେସ ଓ ଅନ୍ୟ ବିଧାୟକଙ୍କୁ ମଧ୍ୟ ନିଜ ଆବାସରେ ଦୁଇଦିନ ଧରି ରଖିଛନ୍ତି । କଂଗ୍ରେସ ବିଧାୟକ ଆଜି ପାଟନା ପହଞ୍ଚିବା ପରେ ତେଜସ୍ୱୀ ଯାଦବଙ୍କ ଘରକୁ ଯିବେ ।

ତେଜସ୍ୱୀଙ୍କ ଘରେ ରହିଥିବା ବିଧାୟକଙ୍କ ଲାଗି ଭୋଜନ ଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁକିଛିର ବ୍ୟବସ୍ଥା କରାଯାଇଛି । ତାଙ୍କ ଆବାସରେ ମୋଟ ୭୮ ବିଧାୟକ ରହିଛନ୍ତି ।
ଏହି ସମସ୍ତ ବିଧାୟକଙ୍‌କର ତେଜସ୍ୱୀଙ୍କ ଘରେ ରୀତିମତ ଚର୍ଚ୍ଚା କରାଯାଉଛି । ବିଧାୟକମାନେ ବ୍ୟାୟାମ କରିବା ପରେ ସକାଳେ ଚା’ ଓ ବିସ୍କୁଟ ଦିଆଯାଇଛି । ଏହାପରେ ପୁରୀ, ତରକାରୀ, ଜିଲାପି ଆଦି ଜଳଖିଆ ଦିଆଯାଇଛି । ଦ୍ୱିପ୍ରହର ଲାଗି ଉଭୟ ନନଭେଜ୍ ଓ ଭେଜ୍ ଭୋଜନ ବ୍ୟବସ୍ଥା କରାଯାଇଛି ।

ପାଟନାର ଏକ ନାମୀ ହୋଟେଲର ରୋଷେୟାଙ୍କ ଦ୍ୱାରା ସମସ୍ତ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଦ୍ୱିପ୍ରହରରେ ତେଜସ୍ୱୀ ବିଧାୟକଙ୍କ ସହ କ୍ରିକେଟ୍ ଖେଳିବେ । ସନ୍ଧ୍ୟାରେ ସମସ୍ତଙ୍କ ଲାଗି ଚୁଡାରେ ପ୍ରସ୍ତୁତ ଏକ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ବିଧାୟକଙ୍କୁ ଏକଜୁଟ କରିବା ପାଇଁ ସମସ୍ତ ଦଳ ପ୍ରୟାସ ଜାରି ରଖିଛନ୍ତି । ତେଜସ୍ୱୀ ଯାଦବ ଏ କ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି । ୧୨ ଫେବୃୟାରୀ ସୁଦ୍ଧା ଆରଜେଡି କଂଗ୍ରେସ ଓ ମେଣ୍ଟର ବିଧାୟକମାନଙ୍କୁ ଏକଜୁଟ ରଖିବା ଲାଗି ଚେଷ୍ଟା ଚଲାଇଛି ।

Get real time updates directly on you device, subscribe now.