(Video) ତେଲଙ୍ଗାନାରେ ବଡ଼ ଅଘଟଣ: ରସାୟନିକ ବିସ୍ଫୋରଣରେ ଉଡ଼ିଗଲା ଛାତ, ଚାଲିଗଲା ୪୨ଜଣଙ୍କ ଜୀବନ

ହାଇଦ୍ରାବାଦ୍: ତେଲଙ୍ଗାନାର କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୪୨ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ଉଦ୍ଧାର କାର୍ଯ୍ୟରେ ୩୪ ଜଣ ମୃତଦେହ ଠାବ କରିଥିବାବେଳେ ବର୍ତ୍ତମାନ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୋମବାର ଦିନ ପସାମିଲାରାମରେ ଥିବା ସିଗାଚି କେମିକାଲ ଇଣ୍ଡଷ୍ଟ୍ରିରେ ରସାୟନ ପଦାର୍ଥରୁ ବିସ୍ଫୋରଣ ହୋଇଥିଲା । ଘଟଣା ଘଟିବା ସମୟରେ କମ୍ପାନୀରେ ୯୦ରୁ ଅଧିକ କର୍ମଚାରୀ ଉପସ୍ଥିତ ଥିଲେ ।

ବିସ୍ଫୋରଣର ମାତ୍ରା ଏତେ ତିବ୍ର ଥିଲା ଯେ କମ୍ପାନୀର ଛାତ ଉଡ଼ିଯାଇଥିବା କୁହାଯାଉଛି । ଏଥିସହ କିଛି କର୍ମଚାରୀ ଛିଟିକି ହୋଇ କମ୍ପାନୀଠାରୁ ୧୦୦ ମିଟର ଦୂରରେ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ହାଇଡ୍ରା ଏବଂ ତେଲଙ୍ଗାନା ଅଗ୍ନିଶମ ବିଭାଗ ନିୟୋଜିତ ଥିଲେ ।