ଗର୍ଭବତୀ ପତ୍ନୀଙ୍କୁ ହତ୍ୟା…ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦଲା ସ୍ୱାମୀ, ତାପରେ ନଦୀରେ ଫିଙ୍ଗିଦେଲା

ସ୍ତ୍ରୀର ଶବକୁ କାଟିଦେଲା ସ୍ବାମୀ ।

ନୂଆଦିଲ୍ଲୀ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ମେଡଚଳ ଜିଲ୍ଲାର ମେଡିପାଲି ପୋଲିସ ଷ୍ଟେସନ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।  ଏଠାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିର୍ମମ ଭାବରେ ହତ୍ୟା କରିଛନ୍ତି । ମହିଳା ଜଣକ ଗର୍ଭବତୀ ଥିଲେ ।

ଗର୍ଭବତୀ ମହିଳାଙ୍କୁ ହତ୍ୟା କରିବା ପରେ ସ୍ୱାମୀ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ । ତା’ପରେ ଶରୀରର କିଛି ଖଣ୍ଡକୁ ଲୁଚାଇ ନଦୀରେ ଫିଙ୍ଗି ଦେଇଥିଲେ । ମୃତ ମହିଳାଙ୍କ ନାମ ସ୍ୱାତୀ ଓରଫ ଜ୍ୟୋତି (୨୨) ।

ମୃତ ମହିଳାଙ୍କ ଅଭିଯୁକ୍ତ ସ୍ୱାମୀଙ୍କ ନାମ ମହେନ୍ଦ୍ର ରେଡ୍ଡି । ପୋଲିସ ତାଙ୍କୁ ହେପାଜତକୁ ନେଇଛି । ସ୍ୱାତୀ ଓରଫ ଜ୍ୟୋତି ମହେନ୍ଦ୍ର ରେଡ୍ଡିଙ୍କ ସହିତ ବିବାହ କରିଥିଲେ । ଘରୁ ପଳାଇବା ପରେ ମହେନ୍ଦ୍ର ଜ୍ୟୋତିଙ୍କୁ ବିବାହ କରିଥିଲେ ।

ଉଭୟ ମେଡିପାଲିର ବୋଡୁପ୍ପାଲରେ ଏକ ଭଡ଼ା ଘରେ ରହୁଥିଲେ । ଦମ୍ପତି ଗୋଟିଏ ମାସ ପୂର୍ବରୁ ବୋଡୁପ୍ପାଲ ଆସିଥିଲେ । ମୃତକ ଜଣକ ଭିକାରାବାଦ ଜିଲ୍ଲାର ମୂଳ ବାସିନ୍ଦା ଥିଲେ । ମହେନ୍ଦ୍ର ମଧ୍ୟ ଭିକାରାବାଦ ଜିଲ୍ଲାର ମୂଳ ବାସିନ୍ଦା।

ଘରୋଇ ବିବାଦ ଯୋଗୁଁ ହତ୍ୟା- ମହେନ୍ଦ୍ର ରେଡ୍ଡି କ୍ୟାବ୍ ଚଲାଉଥିଲେ । ଘରୋଇ ବିବାଦ ଯୋଗୁଁ ସେ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଥିଲେ । ପଡ଼ୋଶୀମାନେ ଘରୁ କିଛି ଶବ୍ଦ ଶୁଣି ଭିତରକୁ ଯାଇ ସ୍ୱାତୀଙ୍କ ମୃତଦେହ ଖଣ୍ଡ ଖଣ୍ଡ କରି ଏକ ବ୍ୟାଗରେ ରଖାଯାଇଥିବା ଦେଖିଥିଲେ । ଏହା ପରେ ପଡ଼ୋଶୀମାନେ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହେନ୍ଦ୍ରଙ୍କୁ ହେପାଜତକୁ ନେଇଥିଲା।