fbpx

Video: ଫୋନ୍ କରି କରି ଆସିଲାନି ଆମ୍ବୁଲାନ୍ସ, ରାତି ଅଧରେ ରାସ୍ତା ମଝିରେ ପ୍ରସବ କଲେ ଆଦିବାସୀ ମହିଳା

ନୂଆଦିଲ୍ଲୀ: ଅସହ୍ୟ ହେଲା ପ୍ରସବ ଯନ୍ତ୍ରଣା, ଡାକ୍ତରଖାନାରେ ପହଞ୍ଚିବା ପୁର୍ବରୁ ରସ୍ତା ମଝିରେ ପ୍ରସବ କଲେ ଆଦାବାସୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ନିର୍ମଲ ଜିଲ୍ଲାରେ । ମହିଳା ଜଣକଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ପରିବାର ଲୋକେ ଡାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ବାରମ୍ବାର ଫୋନ୍ କଲେ ମଧ୍ୟ ଆମ୍ବୁଲାନ୍ସ ଆସି ପହଞ୍ଚି ନଥିଲା । ଏପରିକି ଆମ୍ବୁଲାନ୍ସରେ ଡିଜେଲ ନଥିବା ମଧ୍ୟ କହିଥିଲେ ଏହାର ପରିଚାଳନା ଅଧିକାରୀ ।

ଗୁରୁବାର ରାତିରେ ନିର୍ମଲ ଜିଲ୍ଲାର ଏକ ଅପହଞ୍ଚ ଅଞ୍ଚଳ ତୁଳସିପୁର ଗ୍ରାମର ଗଙ୍ଗମଣିଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତେବେ ଗ୍ରାମକୁ ରାସ୍ତା ଯୋଗାଯୋଗ ନଥିବାରୁ ମହିଳାଙ୍କ ପରିବାର ସଦସ୍ୟ ତାଙ୍କୁ ନିଜେ ଟେକି ଟେକି ରାସ୍ତା ପାଖକୁ ଆଣିଥିଲେ । ଏହାପରେ ଯେତେବେଳେ ସେମାନେ ସରକାରୀ ଡାକ୍ତରଖାନାରେ ଯିବା ପାଇଁ ୧୦୮ ଆମ୍ବୁଲାନ୍ସକୁ କଲ୍ କାରିଥିଲେ ସେତେବେଳେ ସେମାନଙ୍କୁ କୁହାଯାଇଥିଲା ଯେ ଗାଡିରେ ତେଲ ସରିଯାଇଛି ।

ତେବେ ଆମ୍ବୁଲାନ୍ସ ଟି ଡେଲିଭରି ପରେ ହିଁ ଆସି ପହଞ୍ଚିଥିଲା । ଆମ୍ବୁଲାନ୍ସର ବାଟୁ ଚାହିଁ ଚାହିଁ ମହିଳା ଜଣକ ରାସ୍ତା କଡ଼ରେ ୪ ଘଣ୍ଟା ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ଏବଂ ଶେଷରେ ପରିବାର ଲୋକଙ୍କ ସାହାଯ୍ୟରେ ରାସ୍ତା କଡ଼ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପରେ ସେମାନଙ୍କୁ ସ୍ଥାନୀୟ ମେଡିକଲାକୁ ନିଆଯାଇଥିଲା, ସେଠାରେ ଦ୍ୱୟ ସୁସ୍ଥ ଥିବା ସୂଚନା ମିଳିଛି । ତେବେ ଏହି ଘଟଣା ପରେ ଏଭଳି ଘଟଣାକୁ ରୋକିବା ପାଇଁ ଗ୍ରାମବାସୀ ସଡ଼କ ସଂଯୋଗ ପାଇଁ ଦାବି କରିଛନ୍ତି ।

 

Get real time updates directly on you device, subscribe now.