ଲଜ୍ଜା ଲଜ୍ଜା ଲଜ୍ଜା… ରୋଗୀଙ୍କୁ ବେହୋସ କରି ବଳାତ୍କାର, ଘରୋଇ ହସ୍ପିଟାଲର ଘଟଣା, ସିସିଟିଭିରୁ ଘଟଣାର ପର୍ଦ୍ଦାଫାଶ

ମାମଲାରେ ଏପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି?

ତେଲେଙ୍ଗାନା: ଛି ଛି ଶେଷରେ ମହିଳା ରୋଗୀଙ୍କ ପାଇଁ ହସ୍ପିଟାଲରେ ନୁହେଁ ସୁରକ୍ଷିତ। ତେଲେଙ୍ଗାନା କରିମନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳା ରୋଗୀଙ୍କୁ କରାଯାଇଛି ଦୁଷ୍କର୍ମ।

ଏନେଇ ଥାନାରେ ହୋଇଛି ଅଭିଯୋଗ। ସୂଚନା ଅନୁଯାୟୀ, ମହିଳାଙ୍କୁ ଟାଇଫଏଡ୍ ସହ ଦେହରେ ଟେମ୍ପରେଚର ଥିଲା। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମହିଳାଙ୍କ ସହ ହସ୍ପିଟାଲ ଯାହା ଘଟିଥିଲା ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଏଠାରେ ମହିଳାଙ୍କୁ ବେହୋସ କରାଯାଇ କରାଯାଇଥିଲା ଦୁଷ୍କର୍ମ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ହସ୍ପିଟାଲର ଜରୁରୀକାଳୀନ ୱାର୍ଡର ଟେକ୍ନିସିଆନଙ୍କୁ ଗିରଫ କରିଛି।

ଏହି ସମ୍ପୂର୍ଣ୍ଣ ଘଟଣା କ’ଣ?
ତେଲେଙ୍ଗାନାର କରିମନଗରର ଏକ ଘରୋଇ ହସ୍ପିଟାଲରେ ତିନି ଦିନ ପୂର୍ବରୁ ଜଣେ ମହିଳା ରୋଗୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ୨୪ ବର୍ଷୀୟ ଜରୁରୀକାଳୀନ ୱାର୍ଡ ଟେକ୍ନିସିଆନଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର ବାସିନ୍ଦା ଦକ୍ଷିଣା ମୂର୍ତ୍ତି ଭାବରେ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛି।

ବେହୋସ ଔଷଧ ଦେଇ ବଳାତ୍କାର

ଜଗତିଆଲର ୨୦ ବର୍ଷୀୟ ପୀଡିତା ହସ୍ପିଟାଲରେ ଟାଇଫଏଡ୍ ଏବଂ ଉଚ୍ଚ ଜ୍ୱର ପାଇଁ ଚିକିତ୍ସାଧୀନ ଥିଲେ। ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ମୂର୍ତ୍ତି ରବିବାର ଭୋର ସମୟରେ ତାଙ୍କୁ ସିଡେଟିଭ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ହସ୍ପିଟାଲର ସିସିଟିଭି ଫୁଟେଜରେ, ମୂର୍ତ୍ତି ଜରୁରୀକାଳୀନ ୱାର୍ଡରେ ପ୍ରବେଶ କରି ପୀଡିତାଙ୍କ ବିଛଣା ପାଖକୁ ଯାଇ ପରଦା ବନ୍ଦ କରୁଥିବାର ଦେଖାଯାଉଛି।

ଏହି ମାମଲାରେ ଏପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି?
ଏହି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ପୋଲିସ କହିଛି ଯେ ପୀଡିତା ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ବର୍ତ୍ତମାନ ଡାକ୍ତରୀ ପରୀକ୍ଷାର ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଏହି ମାମଲାରେ ପୋଲିସ ଦ୍ୱାରା ଈଘଝ ଧାରା ୬୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ କରାଯାଉଛି।