fbpx

ଆମାଜନ- ନେଟଫ୍ଲିକ୍ସକୁ ଇଣ୍ଟରନେଟ ଖର୍ଚ୍ଚ ମାଗୁଛି ଟେଲିକମ୍ କମ୍ପାନୀ ! ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟ ସେବା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ୟୁରୋପର ସର୍ବବୃହତ ଟେଲିକମ୍ ଅପରେଟର କମ୍ପାନୀ ନେଟଫ୍ଲିକ୍ସ ଏବଂ ଆମାଜନ ଭଳି ବୈଶୟୀକ କମ୍ପାନୀଗୁଡ଼ିକୁ ଷ୍ଟ୍ରିମିଂ ଏବଂ ଇଣ୍ଟରନେଟ୍ ବମ୍ ଯୋଗୁଁ ଖର୍ଚ୍ଚ ବଢିବା କାରଣରୁ କିଛି ଟଙ୍କା ଦେବାକୁ କହିଛନ୍ତି । ତେବେ ଅନ୍ତର୍ଜାତୀୟ ଖବରକାଗଜ ଗାର୍ଡିଆନଙ୍କ ରିପୋର୍ଟ ଅନୁଯାୟୀ, ୟୁରୋପରେ ୧୬ ଟି ଟେଲିକମ୍ କମ୍ପାନୀର ସିଇଓଙ୍କ ଦ୍ୱାରା ଏହି ଏହି ଦାବି କରାଯାଇଛି । ୟୁରୋପୀୟ କମିଶନ ଏକ ପରାମର୍ଶ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଯେଉଁଥିରେ ଫେସବୁକ୍, ନେଟଫ୍ଲିକ୍ସ, ଗୁଗୁଲ୍ ପରି ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଉପରେ ଆଲୋଚନା ହେବ । ମାଇକ୍ରୋସଫ୍ଟକୁ ସେମାନଙ୍କ ନେଟୱାର୍କରେ ବିପୁଳ ପରିମାଣର ଇଣ୍ଟରନେଟ୍ ଟ୍ରାଫିକ୍ ଏବଂ ବ ବଢୁଥିବା ଖର୍ଚ୍ଚ ପାଇଁ ଅର୍ଥ ଦେବାକୁ କୁହାଯିବ ।

ତେବେ ଏହି ରିପୋର୍ଟ ଅନୁଯାୟୀ ଇଉରୋପୀୟ ଟେଲିକମ୍ୟୁନିକେସନ ଅପରେଟର (ETNO) ଙ୍କ ଲବି ମୁତାବକ ବିଶ୍ୱରେ ବ୍ୟବହୃତ ଇଣ୍ଟରନେଟ ଟ୍ରାଫିକର ଅଧାରୁ ଅଧିକ ସିଲିକନ୍ ଭ୍ୟାଲି କମ୍ପାନୀ – ଗୁଗୁଲ୍, ଫେସବୁକ୍, ନେଟଫ୍ଲିକ୍ସ, ଆପଲ୍, ଆମାଜନ ଏବଂ ମାଇକ୍ରୋସଫ୍ଟ ଜରିଆରେ ବ୍ୟବହାର ହେଉଛି ।
ତେବେ ଏଥିରେ ଯେତେବେଳେ କଲ୍ ଅଫ୍ ଡ୍ୟୁଟି, ଆକ୍ଟିଭିଜନ୍ ବ୍ଲିଜାର୍ଡ ଭଳି ଗେମିଂ ଜଏଣ୍ଟଗୁଡିକ ଅନ୍ତର୍ଭୁକ୍ତ ହୋଇଥାଏ ଏହାର ଅନୁପାତ ୮୦% କୁ ବୃଦ୍ଧି ପାଇଥାଏ । ଏତତ୍ ବ୍ୟତୀତ ନେଟଫ୍ଲିକ୍ସର ହିଟ୍ ସିରିଜ୍ ବ୍ରିଜର୍ଟନ୍ ଏବଂ ଜେଆରଆର (JRR) ଟାଁକ୍ଲିନ୍ ପୁସ୍ତକ ଉପରେ ଆଧାର କରି ଆମାଜନର ଦି ଲର୍ଡ ଅଫ୍ ଦି ରିଙ୍ଗ୍: ଦି ରିଙ୍ଗ୍ ଅଫ୍ ପାୱାର ପରି ଶୋ କରାଣରୁ ଭିଡିଓ ଷ୍ଟ୍ରିମିଂ ଆପ୍ସରେ ଇଣ୍ଟରନେଟ ଡାଟା ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି ।

ଟେଲିକମ୍ ମୁଖ୍ୟମାନେ ମିଳିତ ବିବୃତ୍ତିରେ କହିଛନ୍ତି ଯେ ୟୁରୋପୀୟ ଟିଲିକମ୍ କମ୍ପାନୀମାନେ ଫୁଲ୍ ଫାଇବର ବ୍ରଡବ୍ୟାଣ୍ଡ ଏବଂ ୫ଏ ନେଟୱାର୍କ ନିର୍ମାଣ ତଥା ପରିଚାଳନା ପାଇଁ ବାର୍ଷିକ ୫୦ ବିଲିୟନ ୟୁରୋ (ଅର୍ଥାତ୍ ପ୍ରାୟ ୪୦୦ ବିଲିୟନ ଟଙ୍କା) ଖର୍ଚ୍ଚ କରିଥାଏ।
ଏଥି ସହିତ, ରୁଷୋ-ୟୁକ୍ରେନ ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଏବଂ ଜିନିଷଗୁଡ଼ିକର ବୃଦ୍ଧି ହେତୁ ଚଳିତ ବର୍ଷ କେବଳ ଫାଇବର ଅପ୍ଟିକ କେବୁଲର ମୂଲ୍ୟ ଦ୍ୱିଗୁଣିତ ହୋଇ ଯାଇଛି । ଏତତ୍ ବ୍ୟତୀତ ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ବିଶ୍ୱାସ କରୁ ଯେ ବୃହତ ଟ୍ରାଫିକ୍ ଜେନେରେଟରଗୁଡିକ ବର୍ତ୍ତମାନ ୟୁରୋପୀୟ ନେଟୱାର୍କରେ ହେଉଥିବା ବୃହତ ଖର୍ଚ୍ଚରେ ଯଥାର୍ଥ ଅବଦାନ ଦେବା ଆବଶ୍ୟକ ।

Get real time updates directly on you device, subscribe now.