fbpx

ଟେଲିକମ୍ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ବଦଳିଗଲା ମୋବାଇଲ ସଂଯୋଗ କରିବାର ନିୟମ, ଜାନୁଆରୀ ପହିଲାରୁ ହେବ ଲାଗୁ

Advertisement

ନୂଆଦିଲ୍ଲୀ: ମୋବାଇଲ ସଂଯୋଗ କରିବାର ନିୟମରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ମୋବାଇଲ ସଂଯୋଗ କରିବାର ନିୟମ ପରିବର୍ତ୍ତନ କରାଯାଇଥିବା ବେଳେ ତାହା ଆସନ୍ତା ମାସ ପହିଲାରୁ ଲାଗୁ ହେବ । କେୱାଇସି ସହିତ ଏହି ନିୟମ ଜଡ଼ିତ ରହିଥିବା ବେଳେ ଆସନ୍ତାବର୍ଷ ଠାରୁ ଏହି ନୂଆ ନିୟମ ଗ୍ରାହକଙ୍କ ପାଇଁ ଲାଗୁ ହେବ । ଏହାଫଳରେ ଗ୍ରାହକମାନେ ସହଜରେ ନୂଆ କାର୍ଡ କିଣିପାରିବେ ।

ସୂଚନା ମୁତାବକ, ଦେଶରେ ଡିିଜିଟାଲାଇଜେସନକୁ ଗୁରୁତ୍ୱ ଦେବା ପରିପ୍ରେକ୍ଷୀରେ ଦୂରସଞ୍ଚାର ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନୂଆ ନିୟମ ମୁତାବକ, ଏଣିକି ନୂଆ ସିମ କାର୍ଡ ନେବା ପାଇଁ ପେପର ବେସଡ କେୱାଇସି ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲାଗୁ କରାଯିବ । ତେଣୁ ଏବେ ଗ୍ରାହକମାନେ ନୂଆ ସିମ୍ କାର୍ଡ କିଣିବା ପାଇଁ ହେଲେ କେବଳ ଡିଜିଟାଇଲ ବା ଇ-କେୱାଇସି କରିବାକୁ ପଡ଼ିବ ।

ନୂଆ ବର୍ଷରେ ଜାନୁଆରୀ ମାସ ୧ ତାରିଖରୁ ସିମ୍ କାର୍ଡ କିଣିବା ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିଫିକେସନ ଜାରି କରି ସୂଚନା ଦିଆଯାଇଛି । ଏଣିକି ସିମ୍ କାର୍ଡ ନେବାକୁ ହେଲେ ପ୍ରତ୍ୟେକ ଗ୍ରାହକଙ୍କୁ ଇ-କେୱାଇସି କରିବା ଜରୁରୀ ଓ ପେପର ଆଧାରିତ କେୱାଇସିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ । ଏଥିସହିତ ନୂଆ ମୋବାଇଲ କନେକ୍ସନ ନେବାର ଅନ୍ୟ ସମସ୍ତ ନିୟମ ଅପରିବର୍ତ୍ତିତ ରହିବ । ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବରୁ ସିମ କାର୍ଡ ନେବାକୁ ହେଲେ ଇ-କେୱାଇସି ସହିତ ପେପର ବେସଡ କେୱାଇସି ରହିଥିଲା । ମାତ୍ର ଏବେ ଦ୍ୱିତୀୟ ବିକଳ୍ପକୁ ବନ୍ଦ କରିଦିଆଯିବ ।

Get real time updates directly on you device, subscribe now.